www.samajalive.in
Tuesday, December 9, 2025
15.1 C
Bhubaneswar

ଆୟୁଷ୍ମାନ ଭାରତ ଯୋଜନା : ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସୃତି ଜୁବେନ ଇରାନୀ। ସାରା ଦେଶ ଆୟୁଷ୍ମାନ ଭାରତ ଯୋଜନାରୁ ଲାଭାନ୍ୱିତ ହେଉଥିବା ବେଳେ ଓଡ଼ିଶାବାସୀ କାହିଁକି ସ୍ୱାସ୍ଥ୍ୟ ସେବା ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ ପ୍ରଶ୍ନ କରିଛନ୍ତି। ଯୋଜନାରେ ସମଗ୍ର ଦେଶରେ ୧୦ କୋଟି ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ବୀମା ସୁବିଧା ମିଳିଛି ଏବଂ ଏପର୍ଯ୍ୟନ୍ତ ୧୦ଲକ୍ଷ ଜନତା ଉପକୃତ ହୋଇସାରିଲେଣି। ରାଜନୈତିକ କାରଣରୁ ଏଭଳି ଜନହିତକାର କାର୍ଯ୍ୟକ୍ରମକୁ ଅଣଦେଖା ନକରି ଓଡ଼ିଶାରେ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ ରାଜ୍ୟ ସରକାରଙ୍କୁ ଆହ୍ୱାନ କରିଛନ୍ତି।
ଆୟୁଷ୍ମାନ ଭାରତ ପ୍ରସଙ୍ଗରେ ରାଜ୍ୟର ରାଜନ÷ତିକ ନେତୃବୃନ୍ଦଙ୍କୁ ପ୍ରଶ୍ନ କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ୱଳା ସ୍ୱାଭିମାନ ଉତ୍ସବରେ ଉପସ୍ଥିତ ପ୍ରାୟ ୫୦ ହଜାର ମହିଳାଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ ପରାମର୍ଶ ଦେଇଥିଲେ। ମହିଳାଙ୍କ ସଶକ୍ତିକରଣ ପାଇଁ ସମର୍ପିତ କେନ୍ଦ୍ରର ମୋଦି ସରକାରଙ୍କ ଅମଳରେ ଓଡ଼ିଶାରେ ପାଇଖାନା ସଂଖ୍ୟା ୨୦୧୪ରେ ମାତ୍ର ୧୧ ପ୍ରତିଶତରୁ ୮୦ ପ୍ରତିଶତକୁ ଅର୍ଥାତ ୯.୬ ଲକ୍ଷରୁ ୬୪ ଲକ୍ଷରେ ପହଞ୍ଚିଛି। ପୂର୍ବରୁ ରୋଷେଇ ଧୂଆଁ କାରଣରୁ ମହିଳା ମାନେ ରୋଗଗ୍ରସ୍ତ ହୋଇପଡ଼ିବା ବିଷୟରେ ସମସ୍ତେ ଜାଣୁଥିଲେ ମାତ୍ର ସମାଧାନ କାହା ପାଖରେ ନଥିଲା। ଗରିବ ପରିବାରରୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସମାଧାନ ରାସ୍ତା ବାହାରି କରି ମହିଳାଙ୍କ ସ୍ୱାସ୍ଥ୍ୟ ଓ ପରିବାରର ଅର୍ଥନୀତିକୁ ସୁଦୃଢ଼ କରିପାରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଇରାନୀ କହିଥିଲେ।
ଉତ୍ସବରେ ଉପସ୍ଥିତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କରିବା ପ୍ରସଙ୍ଗ ଉଠାଇଛନ୍ତି। ରାଜନୈତିକ କାରଣରୁ ଓଡ଼ିଶାର ଜନତାଙ୍କୁ ଏଭଳି ଯୋଜନାରୁ ବଞ୍ଚିତ କରାନଯାଉ। ରାଜ୍ୟ ସରକାରଙ୍କ କେବେ ସଦ୍‍ବୁଦ୍ଧି ଆସିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶ୍ନ କରିବା ସହ ଆଗାମୀ ଦିନରେ ଲୋକ ନିଜ ରାସ୍ତା ବାହାରି କରି ଦେବେ ବୋଲି କହି ରାଜ୍ୟ ନେତୃବୃନ୍ଦଙ୍କୁ ଚେତାଇ ଦେଇଥିଲେ। ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ହିତାଧିକାରୀଙ୍କ ଜୀବନରେ କିପରି ପରିବର୍ତ୍ତନ ଆଣିଛି ସେବିଷୟରେ କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳର ଚନ୍ଦ୍ରିକା କୁମାର, ଭଦ୍ରକ ଜିଲା ଇରମ ଅଞ୍ଚଳର ଉର୍ମିଳା ମଲ୍ଲିକ, ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳର ପିଙ୍କି, ଢ଼େଙ୍କାନାଳର ହୁସେନରା ବେଗମ ଓ ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳର ମଇନା ନାୟକଙ୍କୁ ଉଭୟ କେନ୍ଦ୍ରମନ୍ତ୍ରୀ ସିଧାସଳଖ ପଚାରି ବୁଝିଥିଲେ। ଉଜ୍ୱଳା ଯୋଜନା କାରଣରୁ ମହିଳାଙ୍କ ସ୍ୱାସ୍ଥ୍ୟ ଓ ଅର୍ଥନୀତି ଅଭିବୃଦ୍ଧି ଘଟିଛି ବୋଲି ହିତାଧିକାରୀ ମାନେ ଜଣାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories