www.samajalive.in
Friday, December 12, 2025
16.1 C
Bhubaneswar

‘ଘୁମୁରା’ ଉତ୍ସବରେ କଳାହାଣ୍ଡିର ଯୁବ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲା ବେଦାନ୍ତ

ଲାଞ୍ଜିଗଡ଼: ବେଦାନ୍ତ ଆଲୁମିନିୟମ ଭାରତର ଅଗ୍ରଣୀ ସ୍ମେଲଟରଗ୍ରେଡ୍ ଆଲୁମିନା ଉତ୍ପାଦନକାରୀ ତଥା ବେଦାନ୍ତ ଆଲୁମିନିୟମର ସହାୟକସଂସ୍ଥା ବେଦାନ୍ତ ଲିମିଟେଡ୍‌ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ୯ଜଣ ଯୁବକଙ୍କୁ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି।

ବେଦାନ୍ତର ଆଲୁମିନା ବିଜନେସର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଜିଲ୍ଲାର ଯୁବ ପ୍ରତିଭାମାନଙ୍କୁ ସମ୍ମାନଜନକ ଜ୍ଞାନଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ପୁରସ୍କାର ରାଜ୍ୟ ବୋର୍ଡଟପର୍, ସିବିଏସ୍ଇ ବୋର୍ଡଟପର୍, ଆଇସିଏସ୍ଇ ବୋର୍ଡଟପରଙ୍କ ସମେତ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ବୃଦ୍ଧି କରିବା ସହ ଟପର ମାନଙ୍କୁ ମାନ୍ୟତା ପ୍ରଦାନ କରିବ। କମ୍ପାନୀ ୯ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପାଠପଢ଼ାରେ ସାହାଯ୍ୟ କରିବା ପାଇଁ ଲାପଟପ ମଧ୍ୟ ଉପହାର ଦେଇଥିଲା।

- Advertisement -

ଏହା ବ୍ୟତୀତ ବେଦାନ୍ତ ଆର୍ଚରୀଇନିସିଏଟିଭ୍ ଯୁବ ତୀରନ୍ଦାଜ ମାନଙ୍କୁ ରାଜ୍ୟ ଓ ଜାତୀୟ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। କ୍ରୀଡ଼ାବିତମାନେ ଏହି ଅଞ୍ଚଳର ପ୍ରଚୁର ସାମର୍ଥ୍ୟ ଏବଂ କ୍ରୀଡ଼ା ମାଧ୍ୟମରେ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବାରେ ବେଦାନ୍ତର ପ୍ରୟାସର ପ୍ରଭାବର ପ୍ରମାଣ ପାଲଟିଛନ୍ତି।

ସିଇଓ ପ୍ରଣବକୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି, ବେଦାନ୍ତର ଲାଞ୍ଜିଗଡ଼ ଅଭିଯାନରେ କଳାହାଣ୍ଡିର ଯୁବପିଢ଼ିଙ୍କ ପ୍ରତିଭା ଓ ସାମର୍ଥ୍ୟକୁ ପ୍ରୋତ୍ସାହିତ କରିବା ସହ ଏହି ଅଞ୍ଚଳର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ଆମେ ଦୃଢ ପ୍ରତିଶ୍ରୁତିବଦ୍ଧ।

ଜ୍ଞାନଶ୍ରୀ ପୁରସ୍କାର ଏବଂ ଆମର ତୀରନ୍ଦାଜି କାର୍ଯ୍ୟକ୍ରମ ଭଳି ପଦକ୍ଷେପର ଉଦ୍ଦେଶ୍ୟ ସମ୍ପ୍ରଦାୟକୁ ଉକୃଷ୍ଟ କରିବା ପାଇଁ ସଶକ୍ତ କରିବା। କଳାହାଣ୍ଡିର ଜୀବନ୍ତ ସଂସ୍କୃତିକୁ ପାଳନ କରିବା ପାଇଁ ଆୟୋଜିତ ବାର୍ଷିକ ଉତ୍ସବ ଘୁମୁରାରେ କଳା, ପରମ୍ପରା ଓ ଐତିହ୍ୟର ସମନ୍ୱୟ କରାଯାଇ ଏହି ଅଞ୍ଚଳର ସମୃଦ୍ଧ ପରମ୍ପରାକୁ ପ୍ରଦର୍ଶିତ କରାଯାଇଥିଲା। ଏହି ଅବସରରେ ବେଦାନ୍ତ ଆଲୁମିନିୟମ ଏହାର ଷ୍ଟଲରେ ହଜାର ହଜାର ଦର୍ଶକଙ୍କ ପାଇଁ ଆୟୋଜନ କରିଥିଲା।  ଷ୍ଟଲରେ ବିଜ୍ଞାନ, କଳା ଓ ପ୍ରଯୁକ୍ତି ବିଦ୍ୟାକୁ ଏକାଠି କରି କମ୍ପାନୀର ଉତ୍ପାଦନ ଉତ୍କର୍ଷତାର ଏକ ଜୀବନ୍ତ ପ୍ରଦର୍ଶନ କରାଯାଇଥିଲା।  ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି, କର୍ମଜୀବୀ, ବୃତ୍ତିଜୀବୀ, ଛାତ୍ରଛାତ୍ରୀ, ଗ୍ରାହକ, ବ୍ୟବସାୟୀ ଓ ସାଧାରଣ ଜନତାଙ୍କ ଭିଡ଼ ଜମିଥିଲା।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories