www.samajalive.in
Sunday, December 14, 2025
26.1 C
Bhubaneswar

ମହା କୁମ୍ଭମେଳାରେ ଯୋଗୀଙ୍କ ସ୍ବତନ୍ତ୍ର କ୍ୟାବିନେଟ୍‌ ବୈଠକ; ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ମନ୍ତ୍ରିମଣ୍ଡଳ ସଦସ୍ୟ

ପ୍ରୟାଗରାଜ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ବୁଧବାର ପ୍ରୟାଗରାଜର ମହା କୁମ୍ଭମେଳାରେ ସ୍ବତନ୍ତ୍ର କ୍ୟାବିନେଟ୍ ବୈଠକ ହୋଇଛି। ବୈଠକରେ ରାଜ୍ୟର ବିକାଶ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଯୋଜନା ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ଅନୁଯାୟୀ ଉତ୍ତରପ୍ରଦେଶରେ ଆଉ ତିନିଟି ମେଡିକାଲ କଲେଜ ସ୍ଥାପନ କରାଯିବ। ହାଥ୍ରସ୍‌, କସଗଞ୍ଜ ଓ ବାଘପତରେ ଏହି ମେଡିକାଲ କ​‌େ​‌ଲଜ ସ୍ଥାପନ ହେବ। ଏହା ସହିତ ରାଜ୍ୟରେ ଆଉ ୬୨ଟି ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆଇଟିଆଇ), ୫ଟି ଗବେଷଣା ପ୍ରତିଷ୍ଠାନ ସ୍ଥାପନ କରାଯିବ। ଉତ୍ତରପ୍ରଦେଶର ଏରୋସ୍ପେସ୍‌, ପ୍ରତିରକ୍ଷା ଓ ନିଯୁକ୍ତି ସୁବିଧାକୁ ବ୍ୟାପକ କରିବା ଲାଗି ପୁଞ୍ଜିନିବେଶକୁ ଆକୃଷ୍ଟ କରାଯିବ। ପ୍ରୟାଗରାଜ, ବାରାଣସୀ ଓ ଆଗ୍ରା ଭଳି ପୌର ନିଗମଗୁଡିକରେ ବଣ୍ଡ୍ ଜାରି କରାଯିବ। ଏବେ ଲକ୍ଷ୍ନୌ ଓ ଘାଜିଆବାଦ ଭଳି ପୌର ନିଗମରେ ବଣ୍ଡ୍‌ ଜାରି କରଯାଉଛି। ପ୍ରୟାଗରାଜ-ଚିତ୍ରକୂଟ ଉନ୍ନୟନ ଅଞ୍ଚଳ ତିଆରି କରାଯିବ। ସେହିପରି ଗଙ୍ଗା ଏକ୍ସପ୍ରେସ ୱେକୁ ମିର୍ଜାପୁର, କାଶୀ, ଚାନ୍ଦୌଲି ଦେଇ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ସହିତ ସଂଯୋଗ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।
କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର‌୍ୟ୍ୟ, ବ୍ରଜେଶ ପାଠକ ଓ ମନ୍ତ୍ରିପରିଷଦର ସଦସ୍ୟମାନେ ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ ପକାଇଥିଲେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା ଗଙ୍ଗା, ମା ଯମୁନା ଓ ମା ସରସ୍ବତୀ ସମସ୍ତଙ୍କର ମଙ୍ଗଳ କରନ୍ତୁ। ପ୍ରୟାଗରାଜର କୁମ୍ଭମେଳାରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କ୍ୟାବିନେଟ୍ ବୈଠକ କରାଯିବାକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମାଲୋଚନା କରିଛନ୍ତି। ଅଖିଳେଶ କହିଛନ୍ତି ଯେ କୁମ୍ଭମେଳା ଭଳି ପବିତ୍ର ସ୍ଥାନରେ ରାଜନୀତି ଓ ରାଜନୈତିକ ନିଷ୍ପତ୍ତି ନିଆଯିବା ଉଚିତ୍ ନୁହେଁ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories