www.samajalive.in
Saturday, December 6, 2025
26.1 C
Bhubaneswar

ଯାତ୍ରାରେ ନବୀନ ନବୀନ ଗୀତକୁ ନେଇ ଥାନାରେ ଏତଲା, କ୍ଷମା ପ୍ରାର୍ଥନା କଲେ ପରିଚାଳକ

ଧାମରା :ଧାମରା ଗଙ୍ଗା ମାତା ପଡିଆରେ ଯାତ୍ରା ସ୍ଵର୍ଣ୍ଣ ମହଲ ନିଜ ର ଅପେରା ସୋ କରିବା ପୂର୍ବରୁ ମେଲୋଡି କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ଉକ୍ତ କମିଟି ପକ୍ଷରୁ ନବୀନ ନବୀନ ଗୀତ ଟି ଯାତ୍ରା କଳାକାର ଙ୍କ ପକ୍ଷରୁ ଷ୍ଟେଜ ସୋ ରେ ପରିବେଷଣ କରାଯାଇଥିଲା। ଏହାକୁ ନେଇ ଦର୍ଶକ ମହଲରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା। ଏହି ସମୟରେ ଯାତ୍ରା ସ୍ଵର୍ଣ୍ଣ ମହଲ ଷ୍ଟେଜ ନିକଟରେ ଚାନ୍ଦବାଲି ବିଧାୟକ ନିଜ ର ଦଳବଳ ନେଇ ଯାତ୍ରା କଳାକାର ଙ୍କ ଦ୍ୱାରା ହେଉଥିବା ମେଲୋଡି କାର୍ଯ୍ୟକ୍ରମ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ଘଟିବା ପରେ ବିଜେପି ଧାମରାଇ ମଣ୍ଡଳ ପକ୍ଷରୁ ଟୁଲୁ ପ୍ରଧାନ, ଦେବେନ୍ଦ୍ର ନାୟକ, ପାପା ଜେନାଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଆସି ଧାମରା ସାମୁଦ୍ରିକ ଥାନା ରେ ଯାତ୍ରା ସ୍ଵର୍ଣମହଲ ନାଁରେ ନବୀନ ନବୀନ ଗୀତ କାହିଁକି ପରିବେଷଣ କରାଗଲା ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଧାମରା ସାମୁଦ୍ରିକ ଥାନାଧିକାରୀ କୃଷ୍ଣ ଚନ୍ଦ୍ର ଜାନି ସମ୍ପୃକ୍ତ ଯାତ୍ରା ପାର୍ଟି ର ପରିଚାଳକ ଙ୍କୁ ଡାକି ଏହି ବିଷୟରେ ପଚରା ଉଚରା କରିଥିଲେ। ସମ୍ପୃକ୍ତ ପରିଚାଳକ ନବୀନ ନବୀନ ଗୀତ ପରିବେଷଣ କରା ଯାଇଥିବାରୁ, ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତ ରେ ବିଜେଡି ଦଳ ର ପ୍ରଚାର ପ୍ରସାର କରିବୁ ନାହିଁ, ଏବଂ ଏପରି ଭୁଲ କେବେ ହେବନାହିଁ ବୋଲି କହିବା ପରେ ସମସ୍ୟା ର ସମାଧାନ ହୋଇଥିଲା।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories