www.samajalive.in
Saturday, December 13, 2025
26.1 C
Bhubaneswar

ବିଷାକ୍ତ ଫଳ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ

ରାୟଗଡା: ରାୟଗଡ଼ା ଜିଲା କୋଲନରା ବ୍ଲକ ଥେରୁବାଲି ନିକଟ ବରିଗୁଡା ପ୍ରାଥମିକ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ରାସ୍ତା କଡର ଅମରି ଜଡ଼ା ଫଳ ଖାଇ ଅସୁସ୍ଥ ହୋଇଛନ୍ତି। ପ୍ରଥମେ ସ୍ଥାନୀୟ ଏକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ମୁତାବକ, ସ୍କୁଲ ଛୁଟି ପରେ ପିଲାମାନେ ଘରକୁ ଫେରୁଥିଲେ। ବାଟରେ ସେମାନେ ରାସ୍ତା କଡ଼ରେ ଥିବା ଅମରି ଜଡ଼ା ଗଛର ଫଳ ଖାଇ ଦେଇଥିଲେ। ଏହା ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ।

- Advertisement -

ଅସୁସ୍ଥ ୧୦ ଛାତ୍ରଛାତ୍ରୀ ୧ମ ରୁ ୫ମ ଶ୍ରେଣୀର ହୋଇଥିବା ଜଣାପଡିଛି । ପିଲାମାନେ ଅସୁସ୍ଥ ହେବାରୁ ସେମାନଙ୍କୁ ପରିବାରବର୍ଗ ଡାକ୍ତରଖାନାକୁ ଆଣିଥିଲେ। ସେମାନଙ୍କର ବାନ୍ତି ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଅସୁସ୍ଥ ପିଲାମାନେ ହେଲେ ଇତିଶ୍ରୀ ହିକକା, ଚିକୁ ହିକକା, ସୁରେଶ ହିକକା, ସନ୍ତୋଷୀ କାଡ୍ରାକା, ମହୀ ହୁଇକା, ଅଶୋକ ହିକକା, ନନ୍ଦ ହୁଇକା, ଶୋହନ କୁଲୁସିକା, ଆଦିତ୍ୟ କାଡ୍ରାକା, କିଷନ କାଡ୍ରାକା ପ୍ରମୁଖ। ତେବେ ଇତିଶ୍ରୀଙ୍କ ଛାତି ଯନ୍ତ୍ରଣା ହୋଇ କଷ୍ଟ ଅନୁଭବ କରିଥିବା ଖବର ମିଳିଛି। ୪/୫ ଜଣଙ୍କର ବାନ୍ତି ହେଉଛି। ଅନ୍ୟ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିରଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲାଲମୋହନ ରାଉତରାୟ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories