www.samajalive.in
Monday, December 8, 2025
20.1 C
Bhubaneswar

ତିରୁମାଳା ମନ୍ଦିର ପରିସରରେ ଅଣ୍ଡା ବିରିୟାନୀ ଖାଉଥିଲେ, ଧରାପଡିଲେ

ହାଇଦ୍ରାବାଦ : ତିରୁମାଳା ମନ୍ଦିର ପରିସରରେ ଶୁକ୍ରବାର କିଛି ଲୋକ ଅଣ୍ଡା ବିରିୟାନୀ ଖାଉଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।  ୱାଇଏସଆରସିପି ସମେତ ବିଭିନ୍ନ ବିପକ୍ଷ ଦଳ ଅଲୀପିରି ଚେକ୍‌ ପଏଣ୍ଟରେ ସୁରକ୍ଷାରେ ଅବହେଳାକୁ ନେଇ ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି) ସହ ଆଲୋଚନା ସହ ଏହାର ପ୍ରତିବାଦ କରିଛନ୍ତି। ତିରୁମାଳା ମନ୍ଦିରରେ ନିଶା, ଆମିଷ ଭୋଜନ, ସିଗାରେଟ୍‌, ତମାଖୁ ଆଦି ସେବନ ଉପରେ ପ୍ରତିବନ୍ଧକ ରହିଥିବା ପରେ ମଧ୍ୟ କିଛି ଲୋକେ ବିରିୟାନୀ ଖାଉଥିବା ଅବସ୍ଥାରେ ଧରାପଡିଛନ୍ତି।

ଏହି ନିୟମ ଅନେକ ପିଢିରୁ ଚାଲୁ ଆସିଥିବା ବେଳେ ଶୁକ୍ରବାର ତିରୁମାଳା ପହଞ୍ଚିଥିବା କିଛି ଲୋକେ ରାମବଗିଚା ବସ୍‌ ଷ୍ଟାଣ୍ଡରେ ନିକଟରେ ଅଣ୍ଡା ବିରିୟାନୀ ଖାଉଥିଲେ। ନିକଟରେ ଥିବା କିଛି ଶ୍ରଦ୍ଧାଳୁ ଏହି ବିଷୟରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କହିଥିଲା ତିରୁମାଳାରେ ଅଣ୍ଡା ଓ ଅନ୍ୟ ଆମିଷ କିମ୍ବା ନିଶା ଜିନିଷ ସେବନ ଉପରେ ପ୍ରତିବନ୍ଧକ ରହିଛି। ସେହି ସମୟରେ ବିରିୟାନୀ ଖାଇଥିବା ବ୍ୟକ୍ତି ବିଶେଷ କହିଥିଲେ ସେମାନେ ଏହା ବିଷୟରେ କିଛି ଜାଣନ୍ତି ନାହିଁ, ଏହାପରେ ତିରୁମାଳା ପୁଲିସ ସେମାନଙ୍କୁ କଡା ଚେତାବନୀ ଦେଇ ଛାଡିଥିଲା ।

- Advertisement -

ରାଜ୍ୟ ସରକାର ଟିଟିଡି ମୁଖ୍ୟ ସତର୍କତା ଏବଂ ସୁରକ୍ଷା ଅଧିକାରୀ ଏବଂ ତିରୁପତି ଏସପିଙ୍କୁ ବଦଳି କରିଛନ୍ତି ।
ଜାନୁଆରୀ ୮ ତାରିଖରେ ତିରୁପତି ମନ୍ଦିର ବାହାରେ ଦଳାଚକଟା ଘଟଣାରେ ଛଅଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଥିଲେ ଏବଂ ୫୦ରୁ ଅଧିକ ଆହତ ହୋଇଥିଲେ।

୫୦ ବର୍ଷ ପରେ ଶନିଙ୍କ ନକ୍ଷତ୍ରରେ ଚଳନ କରିବେ ମଙ୍ଗଳ: ଏହି ୩ ରାଶିଙ୍କୁ କରିବେ ଭାଗ୍ୟଶାଳୀ,ବଢିବ ଦରମା ,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ..

ଜାଣନ୍ତୁ କେଉଁ ସମୟରେ ଦେଖୁଥିବା ସ୍ୱପ୍ନ ନିଶ୍ଚୟ ହୁଏ ସତ! ଏହି ସ୍ୱପ୍ନ ଦିଏ ଧନଲାଭର ସଙ୍କେତ..

ଥରେ ଚାର୍ଜ କଲେ ଗୋଟିଏ ମାସ ଚାର୍ଜ ରଖେ ଏହି ଫୋନ୍‌ ; ୨୦୦ ଏମପି କ୍ୟାମେରା, ଚଟାଣରେ ପିଟିଲେ ବି ଭାଙ୍ଗିବନି..

କୁକୁଡାଙ୍କୁ ଚାଷୀ ଦେଲେ ଦେଶୀ ମଦ, ଆଉ ତା’ପରେ..

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories