www.samajalive.in
Sunday, December 7, 2025
18.1 C
Bhubaneswar

ଉନ୍ନତ ଜୀବନଶୈଳୀରୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଉଦାହରଣ ଅଟେ ଏହି ସ୍ଥାନ

ଯଦି ଆପଣ ବୁଲିବା ପାଇଁ ଦୁବାଇ ଯିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ ଯାଆନ୍ତୁ। ଏହି ଶୀତ ସମୟରେ ଦୁବାଇ ଭ୍ରମଣର ମଜା ମନରେ ସ୍ୱତନ୍ତ୍ର ଅନୁଭବ ଭରିଦିଏ। କହିବାକୁ ଗଲେ ଡ଼ିସେମ୍ବରରୁ ଫେବୃଆରୀ ହେଉଛି ଦୁବାଇ ଭ୍ରମଣର ଉତ୍କୃଷ୍ଟ ସମୟ। ଦୁବାଇର ବୁର୍ଜ ଖଲୀଫା ସାରା ଦୁନିଆରେ ବେଶ ପ୍ରସିଦ୍ଧ ଅଟେ। ଏଠାରେ ଥିବା ଗଗନ ଚୁମ୍ବୀ କୋମ୍ବୀ ଅଟ୍ଟାଳିକା ନିଶ୍ଚୟ ଦେଖନ୍ତୁ। ଏହାର ଉଚ୍ଚତା ୧୪୦ ଫୁଟ ଅଟେ। ଏତଦ ବ୍ୟତୀତ ରୁଫ୍ ଟପ ଗାର୍ଡେନରେ ବସି ମୁକ୍ତ ଆକାଶ ତଳେ ଫିଲ୍ମ ଦେଖିବାର ମଜା ନେଇପାରିବେ।
ଏହାଛଡ଼ା ଯଦି ଆପଣ ଦୁବାଇର ପରମ୍ପରା ଏବଂ ଐତିହ୍ୟର ନିକଟତର ହେବାକୁ ଚାହୁଁଥାଆନ୍ତି ତେବେ ଅଲ ଫହୀଦୀ ଫର୍ଟ ନିଶ୍ଚୟ ଦେଖନ୍ତୁ। ଏହାଛଡ଼ା ଯେପରି ଆପଣ ଭାରତ ଆସି ଦିଲ୍ଲୀର ରାସ୍ତା କଡ଼ର ଖାଦ୍ୟ (ଷ୍ଟ୍ରିଟ ଫୁଡ଼) ନଖାଇଲେ ଫିକା ଲାଗେ ସେପରି ଦୁବାଇରେ ମରୁଭୂମିରେ ସଫାରୀର ମଜା ନ ନେଲେ ଫିକା ଲାଗେ।
ଅଲ କୁଦ୍ରା ହ୍ରଦ ହେଉଛି ଦୁବାଇର ଏକ ଶାନ୍ତ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ। ଏହା ଏକ ପ୍ରସିଦ୍ଧ ପିକନିକ ସ୍ଥାନ ମଧ୍ୟ ଅଟେ। ବସରେ ଅନ୍ୟ ସ୍ଥାନକୁ ଯାତ୍ରା କରିବା ସମୟରେ ଏଠାକାର ସୁନ୍ଦର ବଗିଚା ଦେଖିପାରିବେ। ପାମ ଦ୍ୱୀପ, କ୍ରିକ ପାର୍କ, ୱାଟର ପାର୍କ ନିଜ ସୌନ୍ଦର୍ଯ୍ୟ ଦ୍ୱାରା ପର୍ଯ୍ୟଟକଙ୍କୁ ସର୍ବଦା ଆକୃଷ୍ଟ କରିଥାଏ। ଏହା ଛଡ଼ା ଆଇସ ୱାଲ୍ଡ ଯାଇ ଆପଣ ସେଠାରେ ସ୍କେଟିଙ୍ଗ ଓ ପେଙ୍ଗୁଇନ ଶୋ ଦେଖିପାରିବେ। ମିରାକଲ ବଗିଚାରେ ଭିନ୍ନ ଭିନ୍ନ ପୁଷ୍ପକୁ ନିକଟରୁ ଦେଖି ମଜା ନେଇପାରିବେ। ଦୁବାଇ ଉନ୍ନତ ଜୀବନଶୈଳୀ, ରୋମାଞ୍ଚ, ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଅଟେ।
ଗମନାଗମନ ଦୃଷ୍ଟିରୁ ଆପଣ ଉଭୟ ବିମାନରେ ଦୁବାଇରେ ପହଞ୍ଚି ସେଠାରେୁ ଘରୋଇ ଯାନରେ ଯାଇପାରିବେ।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories