www.samajalive.in
Thursday, December 11, 2025
16.1 C
Bhubaneswar

ଜବାର, ପ୍ରତ୍ୟାଶା ପାଇଲେ ଓସ୍‌ଜା ପୁରସ୍କାର

କଟକ : ବିଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶା କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବହୁ ଆଗକୁ ଯାଇଛି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଉପରେ ସରକାର ବିଶେଷ ଦୃଷ୍ଟି ଦେଉଛନ୍ତି। ଓଡ଼ିଶା ସହ ମୋର ସମ୍ପର୍କ ବହୁ ପୁରୁଣା। କଟକରେ ଆୟୋଜିତ ଜୁନିୟର ଜାତୀୟ ଆଥଲେଟିକ ଟିକସ ଚାମ୍ପିଆନସି ନସିପରୁ ମୋର କ୍ୟାରିୟର ଆଗକୁ ବଢ଼ିଥିଲା । ଓଡ଼ିଶା କ୍ରୀଡା କ୍ରୀଡା ସାମ୍ବାଦିକ ସଂଘ (ଓସଜା) ର ବାର୍ଷିକ ପୁରସ୍କାର ଉତ୍ସବରେ ଅତିଥ୍ ଭାବେ ଯୋଗ ଦେଇ ଅର୍ଜୁନ ପୁରସ୍କାର ଜେତା ପୂର୍ବତନ ଆଥଲେଟ ସିନିମୋଲେ ପାଓଲୋସ ଏହା କହିଛନ୍ତି ।

୨୦୨୪ ବର୍ଷ ପାଇଁ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ତଥା ସଫଳ ଫୁଟବଲ କୋଚ ମହମ୍ମଦ ସହିଦ ଜବାରଙ୍କୁ ଜୀବନ ବ୍ୟାପୀ ସାଧନା (ଲାଇଫ ଟାଇମ) ଏବଂ ଓଡ଼ିଶା ସନ୍ତରଣର ସଫଳତମ ଖେଳାଳି ପ୍ରତ୍ୟାଶା ରାୟଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବାବଦରେ ନଗଦ ୨୫ ହଜାର ଟଙ୍କା, ପ୍ରଶସ୍ତି ପତ୍ର, ଉତ୍ତରୀୟ ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଦୀପଙ୍କର ମହାପାତ୍ର (ସିଇଓ, ଏଚପିସିଓ), ଚେସ ଗ୍ରାଣ୍ଡମାଷ୍ଟର ସ୍ବୟଂସ ମିଶ୍ର ଏବଂ ଏବଂ ଭେଟେରାନ ହକି କୋଚ ଅମୂଲ୍ୟ ନନ୍ଦ ବିହାରୀ ସମ୍ମାନିତ ଅତିଥ୍ ଭାବେ ଯୋଗ ଦେଇଥିଲେ । ରାଜ୍ୟରେ କ୍ରୀଡ଼ା ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି।

- Advertisement -

ଆଗାମୀ ଜାତୀୟ କ୍ରୀଡ଼ାରେ ଆମ ରାଜ୍ୟ ଜ୍ଯ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ ଶ କରିଥିଲେ । ଶ୍ରୀ ନନ୍ଦ କହିଥିଲେ ଯେ ‘କ୍ରୀଡ଼ା ‘କ୍ରୀଡ଼ାର ପ୍ରଚାର ପ୍ରସାର ଓ ବିକାଶରେ ଗଣମାଧ୍ଯମର ଭୂମିକା ବେଶ ଗୁରୁତ୍ବପୂର୍ଣ ରହିଛି। ‘କ୍ରୀଡ଼ା ସାମ୍ବାଦିକମାନେ କେବଳ କ୍ରୀଡ଼ାର ପ୍ରଚାର ପ୍ରସାର କରନ୍ତି ନାହି ନାହିଁ ବରଂ ଜଣେ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରନ୍ତି । ମୋ କ୍ଷେତ୍ରରେ ମଧ୍ୟ ଏହା ଘଟିଥିଲା ବୋଲି କହିଥିଲେ ସ୍ବୟଂସ। ଓସଜା ସଭାପତି ସନ୍ଦୀପ ମିଶ୍ର କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ପାଦକ ସୁରେଶ କୁମାର ସ୍ବାଇଁ ସଂଘର ଯାତ୍ରା ଓ ଆଗାମୀ ଲକ୍ଷ୍ୟ ସମ୍ପର୍କରେ ଅବଗତ କରାଇଥିଲେ। କାର୍ଯ୍ୟକାରୀ ସଭାପତି ସମ୍ବିତ ମହାପାତ୍ର ମଞ୍ଚ ପରିଚାଳନା ଏବଂ କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories