www.samajalive.in
Sunday, December 14, 2025
26.1 C
Bhubaneswar

ସମସ୍ୟା ସୃଷ୍ଟି କରୁଛି କଟଣିଛଟଣି: ଜିଲାରେ ୭,୫୪୦ କ୍ସିଣ୍ଟାଲ ଧାନ ବିକିଛନ୍ତି ୧୩୮ ଚାଷୀ

ନୟାଗଡ଼ : ଅଦିନିଆ ବର୍ଷା ଯୋଗୁଁ ନୟାଗଡ଼ ଜିଲାରେ ବିଳମ୍ବରେ ଧାନକିଣା ଆରମ୍ଭ ହୋଇଛି। ଚଳିତ ମାସ ୭ରୁ ଧାନକିଣାର ଶୁଭାରମ୍ଭ ହୋଇଥିବା ବେଳେ ୧୧ଦିନ ବିତିଗଲାଣି। ଏହି ୧୧ଦିନ ମଧ୍ୟରେ ଜିଲାରେ ସେଭଳି ଆଖିଦୃଶିଆ ଧାନକିଣା ହୋଇନଥିବା ଜଣାପଡ଼ିଛି। ମଣ୍ଡିରେ କଟଣିଛଟଣିକୁ ନେଇ ସମସ୍ୟା ଦେଖାଦେଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଜିଲାରେ ଏଫ୍‌ଏକ୍ୟୁ ମାନର ଧାନ ନଥିବାବେଳେ ଚଳିତ ବର୍ଷ ମଣ୍ଡି ବ୍ୟବସ୍ଥାକୁ ସରକାର କଡ଼ାକଡ଼ି କରିଛନ୍ତି। ପାକ୍ସଗୁଡ଼ିକୁ ମଣ୍ଡି ପରିଚାଳନା ଦାୟିତ୍ବ ଦିଆଯାଇଛି। ଜିଲାରେ ଦୁଇ ପ୍ରକାର ଧାନ ଅମଳ ହୋଇଥିବା ବେଳେ ବର୍ଷା ପୂର୍ବରୁ ଭଲ ଧାନ ଅମଳ ହୋଇଥିଲା ଏବଂ ଲଗାଣ ବର୍ଷା ପରେ ଓଦା ଧାନ ଚାଷୀ ଅମଳ କରିଛନ୍ତି। ଫଳରେ ମିଲରମାନେ ଧାନ ଅତ୍ୟନ୍ତ ନିମ୍ନମାନର ହୋଇଥିବା ଦର୍ଶାଇ ଧାନକିଣାକୁ ଏଡ଼ାଇବାକୁ ଚେଷ୍ଟା କରୁଛନ୍ତି।

ପାକ୍ସଗୁଡ଼ିକ ଧାନ କିଣିବାକୁ ଅନିଚ୍ଛା ପ୍ରକାଶ କରୁଥିବା ଜଣାପଡ଼ିଛି। ମିଲର ସହ ଚାଷୀ ବୁଝାମଣା କରି ଧାନ ବିକ୍ରି କରିବାକୁ କୁହାଯାଉଥିବା ଅଭିଯୋଗ ହେଉଛି। ଏପଟେ ଜିଲାର କିଛି ସ୍ଥାନରେ କ୍ୱିଣ୍ଟାଲ ପିଛା ୧୦କେଜି ତ ପୁଣି କିଛି ସ୍ଥାନରେ ୧୨କେଜି କଟଣିଛଟଣିରେ ଧାନ କିଣାଯାଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। କିଛି ସ୍ଥାନରେ ଭଲଧାନ ୫କେଜି ଓ ଓଦା ଧାନ ୭ କେଜି କଟଣିଛଟଣି ହେଉଛି । ଜିଲାରେ ୧୫୩ ପାକ୍ସ ଅଧୀନରେ ୧୬୭ ଧାନମଣ୍ଡି ରହିଥ‌ିବା ବେଳେ ଜିଲାରେ ୧୨ଲକ୍ଷ ୩୮ହଜାର ୫୩୯ କ୍ସିଣ୍ଟାଲ ଧାନକିଣା ଲକ୍ଷ୍ୟ ରହିଛି।

- Advertisement -

କିନ୍ତୁ ଜିଲାରେ ଏପର୍ଯ୍ୟନ୍ତ ମାତ୍ର ୭ ହଜାର ୫୪୦ କ୍ରିଣ୍ଟାଲ ଧାନ ଚାଷୀ ବିକିଥିବା ଜଣାପଡ଼ିଛି। ଜିଲାରେ ମୋଟ ୫୩ହଜାର ୮୩୯ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୩୮ ଚାଷୀ ଧାନ ବିକ୍ରି କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୪୧ଜଣଙ୍କୁ ଧାନବିକ୍ରି ବାବଦକୁ ୬୪ଲକ୍ଷ ୬୨ହଜାର ୩୩୩ଟଙ୍କା ପ୍ରଦାନ କରାଯାଇଥିବା ବିଭାଗୀୟ ତଥ୍ୟରୁ ଜଣାପଡ଼ିଛି। ଚଳିତ ବର୍ଷ ଜିଲାରେ ୧୫ଜଣ ମିଲର ଧାନକିଣାରେ ସାମିଲ ହୋଇଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories