www.samajalive.in
Saturday, December 6, 2025
26.1 C
Bhubaneswar

ମୁଁ କୁଆଡେ ଯାଇନି, କୁମ୍ଭମେଳାରେ ହିଁ ଅଛି: ମିଥ୍ୟା ପ୍ରଚାର କରାଯାଉଛି

ପ୍ରୟାଗରାଜ : ଚଳିତ ମହାକୁମ୍ଭରେ ବିଭିନ୍ନ ନାମଧାରୀ ବାବା ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମହାକୁମ୍ଭକୁ ଆସୁଥିବା ଲକ୍ଷାଧିକ ଭକ୍ତ ସଙ୍ଗମରେ ବୁଡ ପକାଇ ଏଭଳି ବାବାଙ୍କ ଦର୍ଶନ ପାଇବାକୁ ବ୍ୟାକୁଳ ହେଉଥିବା ଲକ୍ଷ୍ୟ କରାଯାଇଛି। ତେବେ ଶ୍ରଦ୍ଧାଳୁଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଆଇଆଇଟି ବାବାଙ୍କୁ ଇତିମଧ୍ୟରେ ମହାକୁମ୍ଭରେ ଦେଖିବାକୁ ମିଳୁନାହିଁ। ତାଙ୍କୁ ରାତିଅଧିଆ ବିଦା କରାଯାଇଛି ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଏହାରି ଭିତରେ ସେ ଏହି ଚର୍ଚ୍ଚାକୁ ମିଛ ବୋଲି କହିଛନ୍ତି। ସେ ଏବେ ବି ମହାକୁମ୍ଭରେ ଥିବା ସ୍ପଷ୍ଟ କରିଛନ୍ତି। ଆଇଆଇଟି ବାବା ଅଭୟ ସିଂ ଜାତୀୟ ଗଣ ମାଧ୍ୟମକୁ ସାକ୍ଷାତକାର ଦେଇ ଆଶ୍ରମର ସାଧୁ ମାନଙ୍କୁ ମିଥ୍ୟା ପ୍ରଚାର ପାଇଁ ଦାୟୀ କରିଛନ୍ତି। ଏବଂ କହିଛନ୍ତି ସେମାନେ ମୋ ବିଷୟରେ ଭୁଲ୍ ଖବର ପ୍ରଚାର କରିଛନ୍ତି। ମୋତେ ସେମାନେ ରାତିରେ ସେଠାରୁ ଚାଲିଯିବାକୁ କହିଥିଲେ।  ପରେ ସେମାନେ ଅନୁଭବ କଲେ ଯେ ମୁଁ ପ୍ରସିଦ୍ଧ ହୋଇଗଲିଣି। ଯଦି ମୁଁ କିଛି ଜାଣିବି , ତେବେ ତାହା ତାଙ୍କ ବିରୋଧରେ ଯିବ। ତେଣୁ ସେମାନେ ମିଛ କହିଦେଲେ। ବମ୍ବେ ଆଇଆଇଟିରୁ ଏରୋସ୍ପେସ ଇଞ୍ଜନିୟରିଂରେ ଡିଗ୍ରୀ ହାସଲ କରିଥିବା ଅଭୟ ସିଂହ ହିଁ ଆଇଆଇଟି ବାବା ଭାବେ ପରିଚିତି ଲାଭ କରିଛନ୍ତି। ସେ ହେଉଛନ୍ତି ଜୁନା ଆଖଡାର ସାଧୁ। ଆଇଆଇଟି ବାବାଙ୍କ ଉପସ୍ଥିତି ଯୋଗୁଁ ଜୁନା ଆଖଡା ସାଧୁଙ୍କ ଆଶ୍ରମରେ ଶ୍ରଦ୍ଧାଳୁ ଓ ଗଣମାଧ୍ୟମ ପ୍ରତିନିଧିଙ୍କର ଅସମ୍ଭବ ଭିଡ ହେବାରେ ଲାଗିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories