www.samajalive.in
Saturday, December 13, 2025
26.1 C
Bhubaneswar

ସାଧାରଣତନ୍ତ୍ର ଦିବସ ପରେଡ ଇତିହାସରେ ପ୍ରଥମ, ଭାଗ ନେବ ତିନି ବାହିନୀର ମିଳିତ ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ: ଆସନ୍ତା ୨୬ରେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ସାଧାରଣତନ୍ତ୍ର ଦିବସ ପରେଡ୍‌ ଆୟୋଜିତ ହେବାକୁ ଯାଉଛି। ତେବେ ପ୍ରଥମ ଥର ପ୍ରତିରକ୍ଷା ବିଭାଗର ତିନି ବାହିନୀ ଯଥା ସ୍ଥଳସେନା, ବାୟୁସେନା ଓ ନୌସେନାର ମିଳିତ ପ୍ରଜ୍ଞାପନ ମେଢ ଉକ୍ତ ପରେଡ୍‌ରେ ଅଂଶଗ୍ରହର କରିବାକୁ ଯାଉଛି।

ଫଳରେ ଏହି ତିନି ବାହିନୀର ପୃଥକ୍‌ ପ୍ରଜ୍ଞାପନ ମେଢ ଆଉ ଦେଖିବାକୁ ମିଳିବନି। ଏହାଦ୍ବାରା ତିନି ବାହିନୀ ମଧ୍ୟରେ ରହିଥିବା ସମନ୍ବୟକୁ ଏହା ପ୍ରତିପାଦନ କରିବ ବୋଲି କୁହାଯାଇଛି। ଏହା ବ୍ୟତୀତ ତିନି ବାହିନୀର ଆଧୁନିକୀକରଣ, ସଫଳତା ଏବଂ ଏକତା ସମ୍ପର୍କରେ ଜନସାଧାରଣ ସୂଚନା ପାଇପାରିବେ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

- Advertisement -

ଜାତୀୟ ନିରାପତ୍ତା ଦୃଷ୍ଟିକୋଣରୁ ସାଂପ୍ରତିକ ସମୟରେ ତିନି ବାହିନୀ ମଧ୍ୟରେ ସମନ୍ବୟ ରହିବା ନିତାନ୍ତ ଜରୁରୀ ହୋଇପଡିଛି। ଏହାବ୍ୟତୀତ ଏଭଳି ନିଷ୍ପତ୍ତି ଶତ୍ରୁପକ୍ଷ ଭାରତର ସାମରିକ ଶକ୍ତିକୁ ଆକଳନ କରିପାରିବେ ବୋଲି ଅନୁମାନ କରାଯାଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories