www.samajalive.in
Saturday, December 6, 2025
26.1 C
Bhubaneswar

ଭଡ଼ାରେ ରହୁଥିବା ଲୋକଙ୍କୁ ମାଗଣା ପାଣି, ବିଦ୍ୟୁତ୍‌

ନୂଆଦିଲ୍ଲୀ : ଦିଲ୍ଲୀ ନିର୍ବାଚନ ପାଇଁ ସେଠାକାର ମାହୋଲ ସରଗରମ ରହିଛି। ଶନିବାର ଆମ୍‌ ଆଦମୀ ପାର୍ଟି  ତରଫରୁ କରାଯାଇଥିବା ଘୋଷଣା ଅନୁଯାୟୀ ଯଦି ଦଳ ପୁନର୍ବାର କ୍ଷମତାକୁ ଫେରେ ତେବେ ଦିଲ୍ଲୀର ଭଡ଼ା ଘରେ ରହୁଥିବା ଲୋକଙ୍କୁ ମାଗଣା ପାଣି ଓ ବିଦ୍ୟୁତ୍‌ ଯୋଗାଇ ଦିଆଯିବ।
ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ସେ ଯେଉଁ ସବୁ ସ୍ଥାନକୁ ନିର୍ବାଚନ ପ୍ରଚାର ପାଇଁ ଯାଉଛନ୍ତି ସେହି ଅଞ୍ଚଳରେ ଭଡ଼ା ଘରେ ରହୁଥିବା ବ୍ୟକ୍ତି ତାଙ୍କୁ ଭେଟି ସରକାରଙ୍କ ବିକାଶମୂଳକ କାର୍ଯ୍ୟର ପ୍ରଶଂସା କରୁଛନ୍ତି। ତେବେ ସେମାନେ ସରକାରଙ୍କ ମାଗଣା ପାଣି ଓ ବିଦ୍ୟୁତ୍‌ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ନିର୍ବାଚନରେ ଯଦି ଆପ୍‌ ବିଜୟୀ ହୋଇ ସରକାର ଗଢ଼େ ତେବେ ଭଡ଼ା ଘରେ ରହୁଥିବା ଲୋକଙ୍କୁ ମାଗଣାରେ ପାଣି ଓ ବିଦ୍ୟୁତ୍‌ ଯୋଗାଇ ଦିଆଯିବ। ସୂଚନାଥାଉ କି ଆପ୍‌ ପୁନର୍ବାର ସରକାର ଗଢ଼ିଲେ ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଗଣା ବସ୍‌ ଯାତ୍ରା ଓ ମେଟ୍ରୋରେ ଯାତ୍ରା ନିମନ୍ତେ ଟିକଟ ଦରରେ ୫୦% ରିଆତି ପ୍ରଦାନ କରାଯିବ ବୋଲି ଶୁକ୍ରବାର କେଜରିୱାଲ ଘୋଷଣା କରିଥିଲେ । ପୂର୍ବରୁ ଆପ୍‌ ତରଫରୁ ‘ମହିଳା ସମ୍ମାନ ଯୋଜନା’ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି। ଦିଲ୍ଲୀରେ ଆସନ୍ତା ଫେବୃଆରୀ ୫ରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ଫେବୃଆରୀ ୮ରେ ଭୋଟଗଣତି ହେବ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories