www.samajalive.in
Monday, December 8, 2025
24.1 C
Bhubaneswar

ମାଟି ତଳୁ ମାଓବାଦୀଙ୍କ ସୁଡଙ୍ଗ ସହ ବନ୍ଧୁକ ତିଆରି କାରଖାନା ଠାବ

ମାଲକାନଗିରି: ସୁକମା ବିଜାପୁର ସୀମାରେ ଏନକାଉଣ୍ଟର ବେଳେ ଯବାନଙ୍କୁ ବଡ ସଫଳତା ମିଳିଛି। ଯବାମାନେ ଛତିଶଗଡ ବିଜାପୁର ଜିଲ୍ଲାରେ ଏକ ବଡ ବଙ୍କର ସହ ମାଟି ତଳୁ ମାଓବାଦୀ ମାନଙ୍କର ଏକ ବନ୍ଧୁକ ତିଆରି କାରଖାନା ଠାବ କରିଛନ୍ତି। ଗତ ଦୁଇ ଦିନ ଧରି ଦକ୍ଷିଣ ବସ୍ତର ଅନ୍ତର୍ଗତ ସୁକମା, ବିଜାପୁର ଓ ତେଲେଙ୍ଗାନାରେ  ପୁଲିସ୍ ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ ହେବା ପରେ ସର୍ଚ୍ଚ ଅପରେସନ୍ ଚାଲିଥିଲା। ଏହି ସମୟରେ ଏକ ବଙ୍କର ଠାବ ହୋଇଛି। ମାଟି ତଳେ ଏକ ବନ୍ଧୁକ ତିଆରି କାରଖାନା ମଧ୍ୟ ଦେଖିବାକୁ ମିଳିଛି। ଲେଥ୍ ମେସିନ୍, କଟିଂ ମେସିନ୍, ଡ୍ରିଲ୍ ମେସିନ୍, ବଣ୍ଡଲ୍‌ ବଣ୍ଡଲ୍ ବିଦ୍ୟୁତ୍ ତାର, ବନ୍ଧୁକ ତିଆରି ଲାଗି ବିଭିନ୍ନ ମାପର ପାଇପ୍ ଆଦି ଠାବ ହୋଇଛି। ତେବେ ଡିଆରଜି ଯବାନ ମାନେ ଏହି କାରଖାନାକୁ ନଷ୍ଟ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories