www.samajalive.in
Sunday, December 14, 2025
23.1 C
Bhubaneswar

ଜିନ୍‌ପିଙ୍ଗଙ୍କ ସହ କଥା ହେଲେ ଟ୍ରମ୍ପ

ୱାଶିଂଟନ: ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହିତ ଟେଲିଫୋନ ବାର୍ତ୍ତାଳପ କରିଛନ୍ତି। ଉଭୟଙ୍କ କଥାବାର୍ତ୍ତାର ସବିଶେଷ ସୂଚନା ମିଳି ନାହିଁ। ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବକୁ ଜିନ୍‌ପିଙ୍ଗ ତାଙ୍କର ପ୍ରତିନିଧି ଭାବେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଆମେରିକା ପଠାଇବେ ବୋଲି ଜଣାଯାଇଛି। ଆମେରିକା ଓ ଚୀନ ସମ୍ପର୍କରେ ତିକ୍ତତା ଲାଗି ରହିଥିବାବେଳେ ଟ୍ରମ୍ପ-ଜିନ୍‌ପିଙ୍ଗଙ୍କ ବାର୍ତ୍ତାଳପ ଚର୍ଚ୍ଚାର ବିଷୟ ହୋଇଛି। ଟ୍ରମ୍ପଙ୍କ ପ୍ରଥମ ପାଳି ଶାସନ କାଳରେ ଚୀନ ସହିତ ଆମେରିକାର ବାଣିଜ୍ୟିକ ଲଢେଇ (ଟ୍ରେଡ୍‌ ୱାର) ଲାଗି ରହିଥିଲା। ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଟ୍ରମ୍ପ ବହୁମାତ୍ରାରେ ଆମଦାନି ଶୁଳ୍କ ଲାଗୁ କରିଥିଲେ। ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଟ୍ରମ୍ପଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ବିଶ୍ବର ମାନ୍ୟଗଣ୍ୟ ନେତା ଉପସ୍ଥିତ ରହିବେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories