www.samajalive.in
Sunday, December 14, 2025
23.1 C
Bhubaneswar

ଯୁବତୀଙ୍କୁ ଅସଦାଚରଣ ମାମଲାରେ ଜଣେ ଗିରଫ 

ଗୋପାଳପୁର :  ଗୋପାଳପୁର ପୁଲିସ ଆଜି ଜଣେ ଯୁବତୀଙ୍କୁ ଅସଦାଚରଣ ମାମଲାରେ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ଗୋପାଳପୁର ସାଇବାବା ସାହିର ଜି. ସିମାଞ୍ଚଳ ବୋଲି ପୁଲିସ କହିଛି । ସୂଚନା ପ୍ରକାରେ ସ୍ଥାନୀୟ ସାଇବାବା ସାହିର ସିମାଞ୍ଚଳ ଗତ ୧୨ତାରିଖ ମଧ୍ଯରାତିରେ ସେହି ସାହିରେ ଏକୁଟିଆ ରହୁଥିବା  ଯୁବତୀ କୁ ସୁଯୋଗ ଦେଖି କାନ୍ଥ ଡେଇଁ ଯୁବତୀ ଶୋଇଥିବା ରୁମକୁ ଯାଇ ଅସଦାଚରଣ ଉଦ୍ୟମ କରୁଥିବାବେଳେ ଯୁବତୀ ଜଣକ ପାଟି କରିବାରୁ ଘର ଲୋକେ ଉଠିଯାଇଥିଲେ । ସେଠାରୁ ଯୁବକ ଚମ୍ପଟ ମାରି ଫେରାର ରହିଥିଲା । ଏ ନେଇ ଯୁବତୀ ଜଣକ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୨୩/୨୫ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଆଜି ପୁଲିସ କୌଣସି ସୂତ୍ରରୁ ଖବର ପାଇଁ ଅଭିଯୁକ୍ତ ସିମାଞ୍ଚଳକୁ କାବୁ କରି କୋର୍ଟ ଚାଲାଣ କରିଛି  ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories