ଜି ଉଦୟଗିରି : ରାଜ୍ୟର ସବୁଠାରୁ ଅଧିକ ଥଣ୍ଡା ସହର ଭାବେ ପରିଗଣିତ ଜି ଉଦୟଗିରି ସହରରେ ଆଜି ତାପମାତ୍ରା ୭.୨ ଡ଼ିଗ୍ରୀ ଥିବାସହ ଗାଁ ଗହଳିରେ ତୁଷାରପାତ ଦେଖିବାକୁ ମିଳିଥିବାବେଳେ ସମାଜ ରିଲିଫ ପାଣ୍ଠି ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି। ବିବରଣୀରୁ ପ୍ରକାଶ ଯେ ଜି ଉଦୟଗିରି ଅଞ୍ଚଳରେ ଥିବା ଦୁଇଟି ଅନାଥ ଆଶ୍ରମ ସୁକାନାଣ୍ଡା , ସୁଭଦ୍ରା ମହତାବ ସେବାସଦନ, ମାଗୃହ, ବୁଲୁସୁଗା କୁଷ୍ଟରୋଗୀ ଓ ଦୁଃଖି ଦରିଦ୍ରଙ୍କୁ ସମାଜ ରିଲିଫ ପାଣ୍ଠି କମିଟି ସମ୍ପାଦକ ତଥା ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର ନାରାୟଣ ଜେନା, ପୂର୍ବତନ ସେନା ଅଧିକାରୀ ଆଶୋକ ସାମନ୍ତ, ସମାଜସେବୀ ସୁସ୍ମିତା ଜେନା, ଇ ହରିଶଙ୍କର ରାଉତ ଓ ଜି ଉଦୟଗିରି ସମାଜ ପ୍ରତିନିଧି ରାମକୃଷ୍ଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଶତାଧିକ କମ୍ବଳ ବଣ୍ଟନ କରିଥିଲେ। ସମାଜ ରିଲିଫ ପାଣ୍ଠିର ଏଭଳି କାର୍ଯକ୍ରମ ଯୋଗୁଁ ବହୁ ଅନାଥ, ଦିବ୍ୟାଙ୍ଗ, ଦୁଃଖୀ ଓ ଦରିଦ୍ର ଉପକୃତ ହେଇଛନ୍ତି।
Popular Categories



