www.samajalive.in
Thursday, December 11, 2025
13.1 C
Bhubaneswar

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ବଡ ଭେଟି ; ୮ମ ବେତନ ଆୟୋଗକୁ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ : ନୂତନ ବର୍ଷରେ, କେନ୍ଦ୍ର ସରକାର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଜେଟ୍‌ ପୂର୍ବରୁ ଦେଇଛନ୍ତି ବଡ ଉପହାର ଓ ଖୁସି ଖବର । ୮ମ ବେତନ ଆୟୋଗ (୮ମ କେନ୍ଦ୍ରୀୟ ପେ’ କମିଶନ) ପାଇଁ ମଞ୍ଜୁରୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫଳରେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସମସ୍ତ ରାଜ୍ୟ ସରକାର ଓ ପିଏସୟୁ ସହ ଆଲେଚନା ପରେ ମଞ୍ଜୁରୀ ମିଳିଛି। କମିଶନର ରିପୋର୍ଟ ଆଧାରରେ କର୍ମଚାରୀଙ୍କ ଦରମା ଏବଂ ପେନସନଭୋଗୀଙ୍କ ପେନସନ ବୃଦ୍ଧି କରାଯିବ। ଉପକୃତ ହେବାକୁ ଥିବା ଲୋକଙ୍କ ସଂଖ୍ୟା ଏକ କୋଟିରୁ ଅଧିକ ହେବ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। କମିଶନକୁ ୨୦୨୬ ସୁଦ୍ଧା ଏହାର ରିପୋର୍ଟ ଦାଖଲ କରିବାକୁ ପଡିବ। ସପ୍ତମ ବେତନ କମିଶନ ୨୦୧୬ରେ ଗଠିତ ହୋଇଥିଲା ଏବଂ ଏହାର କାର୍ଯ୍ୟକାଳ ୨୦୨୬ରେ ଶେଷ ହେବ।

୩୦ ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବେ ଶନିଦେବ : ଏହି ୩ ରାଶି ହେବେ ମାଲାମାଲ୍‌,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ

- Advertisement -

ବଜାରକୁ ଆସିଗଲା କୁହୁଡି ପାଇଁ ଏଲଇଡି ; କାର୍‌, ବାଇକ୍‌ରେ ଲାଗି ପାରିବ ଏହି ଲାଇଟ୍‌,ଦାମ୍‌ ମାତ୍ର ଏତିକି..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories