www.samajalive.in
Monday, December 8, 2025
24.1 C
Bhubaneswar

କାଳ ସାଜିଛି ମାଞ୍ଜା ସୂତା: ସମାଜ ସାମ୍ବାଦିକ ଆହତ

କଟକ: ମକର ସଂକ୍ରାନ୍ତି ସରିଛି , ହେଲେ ସରିନି ଗୁଡି ଉଡା। କଟକଣା ଏବଂ ତାଗିଦ୍ ସତ୍ବେ ଘର ଛାତକୁ ଯାଇ ମାଞ୍ଜା ସୂତାରେ ଗୁଡି ଉଡାଉଛନ୍ତି ଅମାନିଆ। ଆଉ ଏହାର ଦଣ୍ଡ ଭୋଗୁଛନ୍ତି ସାଧାରଣ ଲୋକେ । ଏହାରି ମଧ୍ୟରେ କଟକରେ ବଡ ଅଘଟଣ ସାମ୍ନାକୁ ଆସିଛି। ମାରାତ୍ମକ ମାଞ୍ଜା ସୂତା ଲାଗି ସମାଜ ସାମ୍ବାଦିକ ସନ୍ଦୀପ ପାଣି ଆହତ ହୋଇଛନ୍ତି। ତାଙ୍କ ନାକ ସହ ଦୁଇ ଆଖି କାଟି ହୋଇଯାଇଛି। ତାଙ୍କୁ ଉଦ୍ଧାର କରାଯାଇ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାମ୍ବାଦିକ ଶ୍ରୀ ପାଣି ବୁଧବାର କଳା ବିକାଶ କେନ୍ଦ୍ରରେ ଚାଲିଥିବା ଏକ କାର୍ଯ୍ୟକ୍ରମକୁ ଖବର ସଂଗ୍ରହ କରିବା ଲାଗି ଯାଉଥିଲେ। ସେ କେଶରପୁର-ମକରବାସାହି ଦେଇ ଯାଉଥିବାବେଳେ ମାଞ୍ଜା ସୂତା ତାଙ୍କ ଦେହରେ ଗୁଡାଇ ହୋଇଯାଇଥିଲା। ଫଳରେ ତାଙ୍କ ଦୁଇ ଆଖିର ପତାରେ ଆଘାତ ଲାଗିଥିଲା। ଫଳରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ନାକରେ ୩ଟି ଷ୍ଟିଜ୍ ପଡିଛି। ଆବଶ୍ୟକ ଚିକିତ୍ସା  ପରେ ରାତିରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories