www.samajalive.in
Sunday, December 14, 2025
26.1 C
Bhubaneswar

ଗୁହାଳରୁ ଛେଳି ଚୋରି କରି ୧୩ ହଜାର ଟଙ୍କାରେ ମାଂସ ବିକିଲେ, ୨ ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅଧିନସ୍ଥ ମାଝୀଗାଁ ଗ୍ରାମରେ ଛେଳି ଚୋରି କରିବା ମାମଲାରେ ବୁଧବାର ସନ୍ଧ୍ୟାରେ ଗୋଳନ୍ଥରା ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ବ୍ରହ୍ମପୁର ଟାଉନଥାନା ଅନ୍ତର୍ଗତ ଗାନ୍ଧୀ ନଗର ୭ ମ ଲେନ ର ଜି. ରାଜେଶ (୨୦) ଓ ସଦର ଥାନା ଅନ୍ତର୍ଗତ ଭାବିନିପୁର ମନ୍ସୁଦିର ସାହିର ସୁମନ ରାଉଳ(୨୨) ବୋଲି ପୁଲିସ ସୂଚନା ଦେଇଛି । ଖବର ଅନୁସାରେ ମାଝୀଗାଁ ଗ୍ରାମ ରାମେୟା ପାତ୍ର ଗୁହାଳରେ  ଛେଳି ରଖିଥିଲେ । ୧୩ ତାରିଖ ରାତିରେ ଛେଳି ଚିତ୍କାର ଶୁଣି,ରାମେୟା ଉଠି  ଦେଖିବା ବେଳେ ଗୋଟିଏ ଛେଳିକୁ  ୩ ଜଣ ଯୁବକ ଏକ ମୋଟରସାଇକେଲ ଯୋଗେ ଧରି ଚମ୍ପଟ ମାରୁଥିଲେ। ରାମେୟା ଏହା  ଦେଖି ଚିତ୍କାର କରିଥିଲେ । କିନ୍ତୁ  ଯୁବକ ମାନେ ଛେଳି ଧରି ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ଏ ନେଇ ରାମେୟା ୧୪ ତାରିଖରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ନେଇ ଥାନା ପକ୍ଷରୁ ୩୩/୨୫ ପ୍ରକାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ସୁମନ ଓ ରାଜେଶକୁ ଉଠେଇ ନେଇ ସନ୍ଧ୍ୟାରେ ଉଭୟକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଛେଳି ଚୋରି କରିବା ପରେ ୧୩ ହଜାର ଟଙ୍କା ମାଂସ ବଜାରରେ ବିକ୍ରି କରିଥିବା ନେଇ ଅଭିଯୁକ୍ତ ମାନେ ପୁଲିସ ନିକଟରେ ପ୍ରକାଶ କରିଥିଲେ । ଅନ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଖୁବ ଜଲଦି ଗିରଫ କରାଯିବା ବୋଲି ତଦନ୍ତ କାରି ଅଧିକାରୀ ଗଗନ କୁମାର ବେହେରା  ସୂଚନା ଦେଇଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories