ପାଟଣାରେ ସ୍ଥଳ ସେନା ଦିବସ ପାଳିତ
ପାଟଣା : ଆଜି ୭୭ତମ ସ୍ଥଳସେନା ଦିବସ ଅବସରରେ ସଂଘର ଅଧକ୍ଷ କ୍ୟାପଟେନ ଉପେନ୍ଦ୍ର ମହାନ୍ତଙ୍କ ବିପ୍ପଣିଶାଳାରେ ଅବସର ପ୍ରାପ୍ତ ସୈନିକ କଲ୍ୟାଣ ସଂଘ ପାଟଣା – ସାହାରପଡ଼ାର ସଦସ୍ୟ ମାନଙ୍କ ଦ୍ଵାରା ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ପ୍ରଥମେ ସହିଦ୍ ବୀର ମାନଙ୍କ ଉଦ୍ଦେଶ୍ୟରେ ମହମବତୀ ଜାଳି, ପୁଷ୍ପାଞ୍ଜଳି ଦେଇ ୧ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ସଂଘର ସମ୍ପାଦକ ସୁବେଦାର ନାରାୟଣ ବାରିକ୍ ପ୍ରଥମେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସ୍ଥଳସେନା ଦିବସର ଅଭିନନ୍ଦନ ଜଣାଇ ବିଗତ ସଭାରେ ଆଗତ ଲେଖା ପାଠ କରିଥିଲେ। ମୁଖ୍ୟ ଅତିଥି ଅଧ୍ୟକ୍ଷ କ୍ୟାପଟେନ ଉପେନ୍ଦ୍ର ମହାନ୍ତ ମଧ୍ୟ ସମସ୍ତ ସଦସ୍ୟ ଗଣଙ୍କୁ ସ୍ଥଳସେନାଦିବସର ଅଭିନନ୍ଦନ ଜଣାଇ ସ୍ଥଳସେନା ଦିବସର ଉଦ୍ଦେଶ୍ୟ ଓ ସ୍ଥଳସେନା ବାହିନୀର ବୀର ଗାଥା ବିଷୟରେ ସମସ୍ତଙ୍କ ଆଗରେ ଆଲୋଚନା ରଖିଥିଲେ। ଫିଲ୍ଡ ମାର୍ଶାଲ କେ ଏମ କାର୍ୟପ୍ପା କିପରି ଜେନେରାଲ ଫ୍ରାନ୍ସସିସ ବୁଚରଙ୍କଠାରୁ ଦାୟିତ୍ଵ ନେଇ ଭାରତିୟ ସ୍ଥଳ ସେନାର ପ୍ରଥମ କମାଣ୍ଡର ଇନ୍ ଚିଫ ହୋଇଥିଲେ ତାର ଇତିହାସକୁ ମନେ ପକାଇଥିଲେ। ସଭା କାର୍ଯ୍ୟରେ ଅଧ୍ୟକ୍ଷ କ୍ୟାପଟେନ ଉପେନ୍ଦ୍ର ମହାନ୍ତ , ସମ୍ପାଦକ ସୁବେଦାର ନାରାୟଣ ବାରିକ୍ ତଥା ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
Comments are closed.