www.samajalive.in
Saturday, December 13, 2025
26.1 C
Bhubaneswar

ଜର୍ଜ ସୋରସଙ୍କ ଏଜେଣ୍ଡା ଅନୁସାରେ କାର୍ଯ୍ୟ କରୁଛନ୍ତି ରାହୁଲ: ବିଜେପି

ସମାଜ ଡିଜିଟାଲ ଡେସ୍କ: ‘ସହରୀ ଆତଙ୍କବାଦର ପୃଷ୍ଠଭୂମି ସାଜିଥିବା ଶିଳ୍ପପତି ଜର୍ଜ ସୋରସ ଭାରତକୁ ବିଭାଜିତ କରିବାକୁ ଏଜେଣ୍ଡା ସ୍ଥିର କରିଛନ୍ତି। ତାଙ୍କ ଏଜେଣ୍ଡା ଅନୁସାରେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ​‌ ନେତା ରାହୁଲ ଗାନ୍ଧୀ କାର୍ଯ୍ୟ କରୁଛନ୍ତି’ ବୋଲି ବିଜେପି ଅଭିଯୋଗ କରିଛି। ରାହୁଲ ନିକଟରେ ଦେଇଥିବା ଏକ ମନ୍ତବ୍ୟ ଏହାକୁ ସ୍ପଷ୍ଟ କରୁଛି ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି।

ନୂଆଦିଲ୍ଲୀର ​କୋଟଲା ରୋଡ୍‌ରେ କଂଗ୍ରେସର ନୂଆ ମୁଖ୍ୟାଳୟ ଉଦଘାଟନ ଅବସରରେ ରାହୁଲ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ, ଯଦି ଆପଣମାନେ ଭାବୁଛନ୍ତିତ ଯେ ଆମେ ବିଜେପି ଏବଂ ଆରଏସଏସ ଭଳି ରାଜନୈତିକ ସଂଗଠନ ବିରୋଧରେ ଲଢ଼େଇ କରୁଛେ, ତେବେ ଦେଶରେ କ’ଣ ଚାଲିଛି ତାହା ଆପଣମାନେ କିଛି ବୁଝିନାହାନ୍ତି। ବିଜେପି ଏବଂ ଆରଏସଏସ ଦେଶର ସମସ୍ତ ଅନୁଷ୍ଠାନକୁ ଗୋଟି ଗୋଟି କରି କବ୍‌ଜା କରିସାରିଛନ୍ତି। ଆମେ ବର୍ତ୍ତମାନ ବିଜେପି, ଆରଏସଏସ ଏବଂ ଭାରତ ସହିତ ଲଢ଼େଇ କରୁଛେ ବୋଲି ରାହୁଲ କହିଥିଲେ। ତାଙ୍କର ଏହି ମନ୍ତବ୍ୟ ଏବେ ବିବାଦ ଘେରକୁ ଆସିଛି।

- Advertisement -

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରାହୁଲଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ରାହୁଲ ଏବଂ ତାଙ୍କ ଗୋଷ୍ଠୀଙ୍କ ସହରୀ ଆତଙ୍କବାଦୀଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଛି। ସେମାନେ ଭାରତର ଖ୍ୟାତିକୁ ମଳିନ କରିବାକୁ ଚାହୁଁଛନ୍ତି। ରାହୁଲ ବାରମ୍ବାର ଯେଉଁପରି କାର୍ଯ୍ୟ କରୁଛନ୍ତି ବା କହୁଛନ୍ତି ସେଥିରୁ ଭାରତର ବିଭାଜନ ଏବଂ ଆମ ସମାଜର ବିଭାଜନ କଥା ହିଁ ସାମ୍ନାକୁ ଆସୁଛି।

ବିଜେପିର ଆଇଟି ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, ରାହୁଲ ବର୍ତ୍ତମାନ ଭାରତ ବିରୋଧରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଛନ୍ତି। ଜର୍ଜ ସୋରସଙ୍କ ନାଟ୍ୟ ପୁସ୍ତକରେ ସିଧାସଳଖ ଏହା ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, ଜର୍ଜ ସୋରସ ହେଉଛନ୍ତି ଆମେରିକାର ଜଣେ ବିଶିଷ୍ଟ ଶିଳ୍ପପତି, ଯିଏ ଭାରତ ବିରୋଧୀ କାର୍ଯ୍ୟରେ ନିଜକୁ ସର୍ବଦା ସମ୍ପୃକ୍ତ ରଖିଆସୁଥିବା ବିଜେପି ଅଭିଯୋଗ କରିଆସୁଛି। କେବଳ ଭାରତ ନୁହେଁ, ଅନେକ ରାଷ୍ଟ୍ରରେ ରାଜନୈତିକ ପୃଷ୍ଠଭୂମିକୁ ନଷ୍ଟ କରିବା ଦିଗରେ ସେ ଏବଂ ତାଙ୍କ ସଂସ୍ଥା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଆସୁଛି। ସୋରସଙ୍କ ସହିତ ରାହୁଲ ଗାନ୍ଧୀ ଏବଂ ତାଙ୍କ ପରିବାରର ଭଲ ସମ୍ପର୍କ ରହିଛି। ଏପରି କି ସେମାନଙ୍କର କିଛି ସଂସ୍ଥାକୁ ସୋରସ ପାଣ୍ଠି ଯୋଗାଣ କରନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories