ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ପଞ୍ଚାୟତ ରେଙ୍ଗାଳବେଡା ଗ୍ରାମର ବାସିନ୍ଦା ତଥା ଜଣେ ପକ୍ଷାଘାତ ରୋଗୀ ଶିବରାମ ମହାନ୍ତ(୫୮) ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ଗତକାଲି ସେ ପୋଖରୀକୁ ଗାଧେଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ପଡ଼ି ବୁଡି ଯାଇ ମୃତ୍ୟୁ ବରଣ କରିଛନ୍ତି। ଖବର ପାଇବା ପରେ ତୁରୁମୁଙ୍ଗା ଥାନା ଏଏସଆଇ ବିରେନ୍ଦ୍ର କିଶୋର ବେହେରା ମୃତକର ଶବକୁ ପୋଖରୀରୁ ଉଦ୍ଧାର କରାଇ ପାଟଣାରେ ବ୍ୟବଚ୍ଛେଦ କରାଇଛନ୍ତି। ଏନେଇ ତୁରୁମୁଙ୍ଗା ଥାନା ରେ ୩/୨୦୨୫ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
Comments are closed.