www.samajalive.in
Sunday, December 14, 2025
26.1 C
Bhubaneswar

ଏଣିକି ହେଲମେଟ୍‌ ପିନ୍ଧି ନଥିଲେ ମିଳିବନି ପେଟ୍ରୋଲ, କଡ଼ା ନିର୍ଦେଶ ଜାରି

ସମାଜ ଡିଜିଟାଲ ଡେସ୍କ: ବିନା ହେଲମେଟରେ ଏବେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବ ନାହିଁ। କିଛି ଏଭଳି ନିୟମ ଲାଗୁ ହୋଇଛି ଉତ୍ତରପ୍ରଦେଶର ବରେଲୀ ଜିଲାରେ। ପରିବହନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ସୋମବାର ଜିଲାପାଳ ରବିନ୍ଦ୍ର କୁମାର ବରେଲୀ ଜିଲାରେ ସରକାରଙ୍କ ‘ନୋ ହେଲମେଟ-ନୋ ଫୁଏଲ’ ନୀତିକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତ ପେଟ୍ରୋଲ ପମ୍ପ ପରିଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଚାଳକଙ୍କ ସମେତ ପଛରେ ବସିଥିବା ବ୍ୟକ୍ତି ଯଦି ହେଲମେଟ ପିନ୍ଧି ନଥିବେ ତେବେ ସେହି ଦୁଇ ଚକିଆ ଯାନକୁ ମଧ୍ୟ ପେଟ୍ରୋଲ ଦେବନାହିଁ। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ବରେଲୀ ରାଜ୍ୟର ଶ୍ରେଷ୍ଠ ୨୦ ଜିଲାରେ ସାମିଲ। ଅନେକ ଅଭିଯାନ ଏବଂ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଜିଲାର ଲୋକମାନେ ହେଲମେଟ ବ୍ୟବହାର କରୁନାହାନ୍ତି। ଦୁଇ ଚକିଆ ଯାନରେ ଘଟୁଥିବା ଦୁର୍ଘଟଣାରେ ଅଧିକାଂଶ କ୍ଷେତ୍ରରେ ହେଲମେଟ ପିନ୍ଧି ନ ଥିବା ଚାଳକଙ୍କର ମୃତ୍ୟୁ ଘଟୁଛି।

- Advertisement -

ଜିଲାପାଳ ରବିନ୍ଦ୍ର କୁମାର ସମସ୍ତ ପେଟ୍ରୋଲ ପମ୍ପ ପରିଚାଳକମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଜାନୁଆରୀ ୨୬ ପୂର୍ବରୁ ସେମାନଙ୍କ ପେଟ୍ରୋଲ ପମ୍ପରେ ସିସିଟିଭି କ୍ୟାମେରା ଲଗାଇବାସହ ବଡ଼ ବଡ଼ ହୋର୍ଡିଙ୍ଗ୍‌ ମଧ୍ୟ ଲାଗାଇ ଦିଅନ୍ତୁ। ଯଦି କୌଣସି ପେଟ୍ରୋଲ ପମ୍ପ ଅପରେଟର ହେଲମେଟ ପିନ୍ଧି ନଥିବା ଦୁଇ ଚକିଆ ଯାନ ଚାଳକଙ୍କୁ ଇନ୍ଧନ ଦିଅନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories