www.samajalive.in
Saturday, December 13, 2025
26.1 C
Bhubaneswar

ବିଲୁପ୍ତିର ଦ୍ବାରଦେଶରେ ହନୁମନ୍ତିଆ ମୁଣ୍ଡିଆ, ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି

ନିରାକାରପୁର: ବିଲୁପ୍ତର ଦ୍ବାରଦେଶରେ ପହଞ୍ଚିଥିବା ହନୁମନ୍ତିଆ ମୁଣ୍ଡିଆର ସୁରକ୍ଷା ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି । ଏଭଳ ସ୍ଥିତିରେ ଏହି ମୁଣ୍ଡିଆରୁ ଲଘୁ ଖଣିଜ ସମ୍ପଦ ଲୁଟ୍ ହେଉଥିବାରୁ ଏହା ସମ୍ପ୍ରତି ଅସ୍ତିତ୍ବ ହରାଇବାକୁ ଯାଉଥିବା ଜଣାପଡ଼ିଛି। ପରିବେଶ ସୁରକ୍ଷା ପାଇଁ ଜଙ୍ଗଲର ସୁରକ୍ଷା ଜରୁରୀ ହୋଇଛି। ମାତ୍ର ମଣିଷ ସମାଜ ନିଜ ଆବଶ୍ୟକତା ପୂରଣ ନିମନ୍ତେ ସବୁବେଳେ ଜଙ୍ଗଲ ଲୁଟ୍ କରିବାରେ ଲାଗିଛି। ରାଜସ୍ବ ବୃଦ୍ଧି ନିମନ୍ତେ ତହସିଲ ପକ୍ଷରୁ ନିଲାମ ଦିଆଯାଇଥିବା ପାହାଡ ଓ ଜଙ୍ଗଲକୁ ମଣିଷ ପଦା କରିବାକୁ ବସିଲାଣି। ଅନେକ ପଥର ବ୍ୟବସାୟୀ ପଥର କ୍ସାରି ନିଲାମ ନ ନେଇ ବିଭିନ୍ନ ନୀତି ନିୟମର ଉଲଂଘନ କରି ଅସାଧୁ ବ୍ୟବସାୟୀମାନେ ପାହାଡରୁ ଚୋରାରେ ପଥର ଲୁଟୁଥିବା ଅଭିଯୋଗ ହେଉଛି। ଏଥିଯୋଗୁଁ ପୁରାତନ ଯୁଗର କୀର୍ତି ବହନ କରୁଥିବା ଏହି ମୁଣ୍ଡିଆ ସମ୍ପ୍ରତି ଅବକ୍ଷୟର ଦ୍ବାରଦେଶରେ ପହଞ୍ଚିଲାଣି।

ବେଗୁନିଆ ତହସିଲ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତର ଦଲକ ଗ୍ରାମରେ ରହିଛି ଏହି ଐତିହାସିକ ହନୁମନ୍ତିଆ ମୁଣ୍ଡିଆ। ଉକ୍ତ ମୁଣ୍ଡିଆର ପ୍ରକୃତିକ ପରିବେଶ ଅତି ମନୋରମ ଥିଲା। ଲୋକମାନେ ଉକ୍ତ ମୁଣ୍ଡିଆରୁ କାଠ ଜାଳ ନେବା ସହିତ ଗାଈଗୋରୁଙ୍କୁ ଚରାଉଥିଲେ। ଉକ୍ତ ମୁଣ୍ଡିଆରେ ହାତୀ ପଲ ରହିବା ସହିତ ମୁଣ୍ଡିଆରୁ ଖାଦ୍ୟ ସଂଗ୍ରହ କରୁଥିଲେ। ଏଥିସହିତ ମୁଣ୍ଡିଆ ସନ୍ନିକଟରେ ଏକ ଜଳଭଣ୍ଡାର ରହିଥିବାରୁ ଏହା ହାତୀଙ୍କ ଜଳକ୍ରୀଡ଼ାରେ ସହଯୋଗ କରୁଥିଲା। ଫଳରେ ହାତୀପଲ ମୁଣ୍ଡିଆରେ ରହିବା ସହିତ ଜନ ବସତି ଭିତରକୁ ଯିବାପାଇଁ ଇଚ୍ଛା ପ୍ରକାଶ କରୁ ନଥିଲେ। ମାତ୍ର ପରିତାପର ବିଷୟ, ବର୍ତମାନ ପଥର ବ୍ୟବସାୟୀମାନେ ସଂପୃକ୍ତ ପାହାଡରୁ ପଥର ଚାଲାଣ କରିବା ସହିତ ଜାଳେଣି ପାଇଁ ପାହାଡରେ ଥିବା ଗଛ ସବୁ କାଟି ନେଇଛନ୍ତି।

- Advertisement -

ଫଳରେ ଜଙ୍ଗଲର ବ୍ରତ ଅବକ୍ଷୟ ସାଙ୍ଗକୁ ଆସ୍ତେ ଆସ୍ତେ ପାହାଡରୁ ପଥର ଏବଂ ମୋରମ କମିବାରେ ଲାଗିଛି। ଏଭଳି ସ୍ଥିତିରେ ହାତୀପଲ ମୁଣ୍ଡିଆରେ ରହିବାକୁ ସୁରକ୍ଷିତ ମଣୁ ନ‌ଥିବା ବେଳେ ଜନବସତି ଭିତରକୁ ପଶିଆସି ବ୍ୟାପକ ଧନ ଜୀବନ କ୍ଷତି କରିବା ଆଶଙ୍କା ପ୍ରକାଶ ପାଇଛି । ଏହା ମଧ୍ୟରେ ହାତୀ- ମଣିଷର ଲଢେଇ ଲାଗି ମରୁଛନ୍ତି ତ କେତେବେଳେ ମଣିଷର ପ୍ରାଣ ମଧ୍ୟ ଚାଲିଯାଉଛି। ଏହି ମୁଣ୍ଡିଆରୁ ବର୍ଷବର୍ଷ ଧରି ଲଘୁ ଖଣିଜ ସମ୍ପଦ ଲୁଟ ହେବାରେ ଲାଗିଛି । ଖଣି ମାଫିଆମାନେ ଟାକ୍ଟର ଏବଂ ଟ୍ରକ ଯୋଗେ ପଥର ଏବଂ ମୋରମ ଆଦି ଆଖପାଖ ଅଞ୍ଚଳକୁ ଚୋରାରେ ଚାଲାଣ କରୁଥିବା ଅଭିଯୋଗ ହେଉଛି। ସୋନଙ୍କ ଲୋଲୁପ ଦୃଷ୍ଟି ଉକ୍ତ ମୁଣ୍ଡିଆ ଉପରେ ପଡିବା ପରେ ସମୟାନୁକ୍ରମେ ଏହା ଶ୍ରୀହୀନ ହୋଇଯାଇଥିବା ପରିଲକ୍ଷିତ ହେଉଛି। ଐତିହାସିକ ହନୁମନ୍ତିଆ ମୁଣ୍ଡିଆର ସୁରକ୍ଷା ଦିଗରେ ତହସିଲ ପ୍ରଶାସନ ଦୃଷ୍ଟି ଦେଉ ନଥିବା ବେଳେ ପ୍ରଶାସନିକ ଉଦାସୀନତାର ସୁଯୋଗ ନେଇ ଏହି ଚୋରାବ୍ୟବସାୟୀ ମୁଣ୍ଡିଆରୁ ଅବାଧରେ ଖଣିଜ ସମ୍ପଦ ଲୁଟି ମାଲାମାଲେ ହେଉଥିବା ଅଭିଯୋଗ ହୋଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories