ସମାଜ ଡିଜିଟାଲ ଡେସ୍କ: ଶିମିଳିପାଳ ଅଭୟାରଣ୍ୟରେ ପୋଷା ହାତୀ ‘ମହେନ୍ଦ୍ର’ର ମୃତ୍ୟୁ ଘଟିଛି। ୬୬ ବର୍ଷ ବୟସରେ ଆଖି ବୁଜିଛି ମହେନ୍ଦ୍ର। ଦୀର୍ଘଦିନ ଧରି ମହେନ୍ଦ୍ର ଅସୁସ୍ଥ ରହିଥିଲା। ଶିମିଳିପାଳର ଚହଲାଠାରେ ତା’ର ଚିକିତ୍ସା ଚାଲିଥିଲା। ବନ ବିଭାଗ ଟିମ ସମେତ ପ୍ରାଣୀ ଚିକିତ୍ସକ ଦଳ ମହେନ୍ଦ୍ରର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ହେଲେ ମହେନ୍ଦ୍ରର ଜୀବନ ରକ୍ଷା କରାଯାଇପାରି ନ ଥିଲା। ମହେନ୍ଦ୍ରର ମୃତ୍ୟୁ ପରେ ବହୁ ବନ୍ୟଜନ୍ତୁପ୍ରେମୀ ଗଭୀର ଦୁଃଖପ୍ରକାଶ କରିଛନ୍ତି।
Popular Categories



