www.samajalive.in
Sunday, December 14, 2025
14.1 C
Bhubaneswar

ଧବଳେଶ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଆଠଗଡ: ପ୍ରଥମ ରାଜ୍ୟସ୍ତରୀୟ ଧବଳେଶ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଷ୍ଟାଡିୟମରେ ରବିବାର ଉଦଘାଟିତ ହୋଇଯାଇଛି। ଆଠଗଡର ଭେଟେରାନ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ଆଠଗଡର ମ୍ୟାଜେଷ୍ଟିକ କ୍ରିକେଟ କ୍ଲବ ଓ ନୟାଗଡ଼ କ୍ରିକେଟ କ୍ଲବ ପରସ୍ପରକୁ ଭେଟିଥିଲେ। ଆଠଗଡର ଭେଟେରାନ କ୍ରିକେଟର ପ୍ରବୀଣ ପଟ୍ଟନାୟକ, ବିଭୁ ମିଶ୍ର, ଶଙ୍କର ଶତପଥୀ, ନଳିନୀକାନ୍ତ ପଣ୍ଡା, ରଞୁ ଜଗତୀ, ଦିଲ୍ଲୀପ ସିଂ ସେଠୀ ପ୍ରମୁଖ ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମ୍ୟାଜେଷ୍ଟିକ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୦ ରନ ସଂଗ୍ରହ କରିଥିଲା। ୨୦୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନୟାଗଡ଼ କ୍ରିକେଟ କ୍ଲବ ୨୦ ଓଭରରେ ୮ ଉଇକେଟ ହରିଇ ୧୮୯ ରନ କରିବାକୁ ସକ୍ଷମ ହୋଇଥିଲା । ଉଦଘାଟନୀ ମ୍ୟାଚରେ ମ୍ୟାଜେଷ୍ଟିକ କ୍ରିକେଟ କ୍ଲବ ୧୧ ରନରେ ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ମନୋରଞ୍ଜନ ମହାନ୍ତି ଓ ବିଶ୍ବବିଜୟୀ ରଣା ଅମ୍ପାୟାର ଭାବେ ମ୍ୟାଚଟିକୁ ପରିଚାଳନା କରିଥିଲେ। ମୁଖ୍ୟଅତିଥି ରୂପେ କ୍ରୀଡା ସଂଗଠକ ପ୍ରଦ୍ୟୁମ୍ନ କୁମାର ରାୟସାମନ୍ତ ଯୋଗଦେଇ ମ୍ୟାନ ଅଫ ଦ ମ୍ୟାଚ ରାକେଶ ସାହଙ୍କୁ ପୁରସ୍କୃତ କରିଥିଲେ। ଏହି ରାଜ୍ୟସ୍ତରୀୟ ମ୍ୟାଚରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିଛନ୍ତି। ସୋମବାର ଢେ଼ଙ୍କାନାଳର ସୁରପ୍ରତାପ କ୍ରିକେଟ କ୍ଲବ ଓ ମେଣ୍ଢାଶାଳର ଇଗଲ ସ୍ବୋର୍ଟିଂ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

Hot this week

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

Related Articles

Popular Categories