www.samajalive.in
Sunday, December 14, 2025
26.1 C
Bhubaneswar

ପାକିସ୍ତାନ କୋଇଲା ଖଣି ବିସ୍ଫୋରଣ – ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଡେସ୍କ: ପାକିସ୍ତାନରେ ମିଥେନ୍ ଗ୍ୟାସ୍ ଯୋଗୁ ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତକାଲି ବେଲୁଚିସ୍ତାନ ପ୍ରଦେଶର କୋଇଲା ଖଣିରୁ ଉଦ୍ଧାରକାରୀମାନେ ଆଉ ୭ଟି ମୃତଦେହ ଉଦ୍ଧାର କରିଥିଲେ। ପ୍ରଦେଶ ଖଣି ବିଭାଗର ମୁଖ୍ୟ ଅବଦୁଲ୍ଲା ଶାଓ୍ଵାନି କହିଛନ୍ତି, ଗତକାଲି ରାତି ସୁଦ୍ଧା ୧୧ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ଉଦ୍ଧାରକାରୀ କର୍ମଚାରୀମାନେ ଏବେ ବି ଭୁଶୁଡ଼ି ପଡ଼ିଥିବା ଖଣି ଭିତରେ ଶ୍ରମିକଙ୍କୁ ଖୋଜୁଛନ୍ତି। ଉପଯୁକ୍ତ ଖଣି ନିୟମ ପାଳନ ହୋଇଛି କି ନାହିଁ ସେ ନେଇ ତଦନ୍ତ ଚାଲିଛି। ବେଲୁଚିସ୍ତାନର କ୍ୱେଟାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ସାଞ୍ଜଦି ଅଞ୍ଚଳରେ ଗୁରୁବାର ରାତିରେ ଏହି କୋଇଲା ଖଣି ଭୁଶୁଡ଼ି ପଡ଼ିଥିଲା।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories