www.samajalive.in
Sunday, December 14, 2025
14.1 C
Bhubaneswar

ନିଆଁ ପୋଇଁବା ବେଳେ ୨ ନାବାଳକ ଜୀବନ୍ତ ଦଗ୍ଧ

ବାଉଁଶୁଣି : ବୌଦ୍ଧ ସଦର ବ୍ଲକ ମୁନ୍ଦିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଲାକିରା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବସନ୍ତ ବାହଲ ଗ୍ରାମର ସଂଜିତ ଉର୍ମାଙ୍କ ପୁଅ କ୍ରିଷ୍ଣା ଊର୍ମା ନିଜ ମାମୁଁ ଘରକୁ କୌଣସି କାମରେ ଆସିଥିବାବେଳେ ଆଜି ସନ୍ଧ୍ୟା ସମୟରେ ବଲାକିରା ଗ୍ରାମର ସୁବଳ ଭୋଇଙ୍କ ପୁଅ କ୍ରିଷ୍ଣା ଭୋଇ ସହ ମିଶି ନିଆଁ ପୋଇଁବା ପାଇଁ ଏକ ପାଳ ଗଦାରେ ନିଆଁ ଲଗାଇ ଦେଇ ଭୟରେ ପାଳ ଗଦାରେ ଲୁଚି ଯାଇଥିବାରୁ ସମ୍ପୂର୍ଣ୍ଣ ପୋଡି ଯାଇଥିବା ଦେଖିବାକୁ ମିଳିଛି। ଉଭୟ ସମ୍ପର୍କରେ ମାମୁଁ ଭଣଜା ବୋଲି ଜଣାପଡିଛି । ଉଭୟଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୧୦୮ ଯୋଗେ ନେଇଥିବା ଜଣାପଡିଛି । ଘଟଣାସ୍ଥଳରେ ବାଉଁଶୁଣୀ ପୁଲିସ ପହଞ୍ଚି ତଦନ୍ତ କରୁଛି । ଏହି ଦୁଇ ପରିବାରକୁ ସରକାରୀ ସହାୟତା ପାଇଁ ଜିଲା ପ୍ରଶାସନକୁ ଦାବି ହେଉଛି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories