www.samajalive.in
Saturday, December 13, 2025
26.1 C
Bhubaneswar

କେନ୍ଦୁପଲ୍ଲୀ ସୋସାଇଟିରେ ଧାନ ମଣ୍ଡି ଉଦଘାଟିତ 

କଳାପଥର : ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ସମବାୟ ସମିତି ପରିସରରେ ଶନିବାର ଧାନ ମଣ୍ଡି ଉଦଘାଟିତ ହୋଇଛି । କାର୍ଯ୍ୟକ୍ରମକୁ କେନ୍ଦୁପଲ୍ଲୀ ପଂଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ଉପସ୍ଥିତରେ ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ସୋସାଇଟି ସଭାପତି ନିରଞ୍ଜନ ଗୁରୁ ନଡ଼ିଆ ଭାଙ୍ଗି ମଣ୍ଡିକୁ ଉଦଘାଟନ କରିଥିଲେ । ସମିତି ସମ୍ପାଦକ ଧରଣୀଧର ମହାନ୍ତିଙ୍କ ସୂଚନା କ୍ରମରେ ପ୍ରଥମ ଦିବସରେ ପଞ୍ଜିକୃତ ଚାଷୀଙ୍କ ଭିତରୁ ୨୫ ଜଣ ଚାଷୀଙ୍କଠାରୁ ୪୦୦ କୁଇଣ୍ଟାଲ ଧାନ କିଣାଯିବ ବୋଲି ସୂଚନା ମିଳିଛି । ଚାଷୀ ଅଭିମନ୍ୟୁ ସାହୁ ଧୋବେଇ ସାହୁ, ଉଦୟନାଥ ସାହୁ, ସୁଦର୍ଶନ ସାହୁ, ଅନାମ ଚରଣ ସାହୁ, ବସନ୍ତ ସାହୁ ରବିନାରାୟଣ ଖୁଣ୍ଟିଆ, ପ୍ରଫୁଲ ସାହୁ, ମହେଶ୍ୱର ସାହୁ, ସୁରେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗଦେଇଥିବାବେଳେ ସମିତି ଭାରପ୍ରାପ୍ତ ସମ୍ପାଦକ ପ୍ରତାପ କୁମାର ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories