www.samajalive.in
Saturday, December 13, 2025
26.1 C
Bhubaneswar

ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ

ସମାଜ ଡିଜିଟାଲ ଡେସ୍କ: ପୁଣେର ସ୍ଵତନ୍ତ୍ର ଏମପି ଏମଏଲଏ କୋର୍ଟ ଶୁକବ୍ରାର କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଭି.ଡି. ସାବରକରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେବା ନେଇ ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ ହୋଇଥିଲା। ୨୦୨୩ ମସିହାରେ ରାହୁଲ ଗାନ୍ଧୀ ଲଣ୍ଡନରେ ଏକ କାର୍ଯ୍ୟକ୍ରମରେ ସାବରକରଙ୍କ ଚିନ୍ତାଧାରାକୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ ସାବରକରଙ୍କ ଜଣେ ସମ୍ପର୍କୀୟ। ଏ ନେଇ ସେ ଅଦାଲତରେ ରାହୁଲଙ୍କ ବିରୋଧରେ ମକଦ୍ଦମା ଦାୟର କରିଥିଲେ। ଏହି ମାମଲାରେ କୋର୍ଟ ରାହୁଲଙ୍କୁ ୨୫ ହଜାର ଟଙ୍କାର ବନ୍ଧକ ମୁଚାଲିକାରେ ଜାମିନ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ମୋହନ ଯୋଶୀ କୋର୍ଟରେ ବନ୍ଧକ ମୁଚାଲିକା ପ୍ରଦାନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories