www.samajalive.in
Sunday, December 14, 2025
16.1 C
Bhubaneswar

ବୀରବାଦ୍ୟ ତାଳେ ତାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମରିକ ଅଭିବାଦନ ପ୍ରଦାନ

ଭୁବନେଶ୍ୱର : ଭୁବନେଶ୍ୱରରେ ଚାଲିଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ଉଦଘାଟନ କରିବାକୁ ଆସିଥିବା ପ୍ରଧାନମନ୍ତ୍ରୀଙ୍କୁ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି। ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହଙ୍କ ନେତୃତ୍ୱରେ ତଥା ଖୋର୍ଦ୍ଧା ବିଧାୟକ ବାହୁବଳି ପ୍ରଶାନ୍ତ ଜଗଦ୍ଦେବଙ୍କ, ମହାସଂଘ ଉପଦେଷ୍ଟାଙ୍କ ନିର୍ଦ୍ଦେଶକ୍ରମେ ପାଇକମାନେ ବୀରବାଦ୍ୟ ତାଳେ ତାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାମରିକ ଅଭିବାଦନ ପ୍ରଦାନ କରିଥିଲେ।

କେନ୍ଦ୍ରରେ ପାଇକ ରେଜିମେଣ୍ଟ ଗଠନ କରିବା ସହିତ, ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ପ୍ରଦାନ କରିବାକୁ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଦାବୀ କରିଛନ୍ତି। ସେହିଭଳି ରାଜ୍ୟ ସରକାର ପାଇକ ଏକାଡେମିର କାର୍ଯ୍ୟ ତଥା ପାଇକ ସ୍ମାରକୀକୁ ତ୍ୱରାନ୍ୱିତ କରିବା, ପ୍ରତ୍ୟେକ ସ୍କୁଲ କଲେଜରେ ପାଇକ ଆଖଡ଼ାକୁ ସାମିଲ କରିବା, ପାଇକ ଆଖଡ଼ାକୁ ରାଜ୍ୟ କ୍ରିଡ଼ାର ମାନ୍ୟତା ଦେବାକୁ ମହାସଂଘ ସାଧାରଣ ସମ୍ପାଦକ ଡଃ ଗାୟନ ସାମଲ, ରାଜ୍ୟ ସଂଯୋଜକ କେଦାର ଦାସ, ଖୋର୍ଦ୍ଧା ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ଗୁରୁ ଭାସ୍କର ସୁନ୍ଦରାୟ, ପାଇକ ସର୍ଦ୍ଦାର ବିଜୟ କୁମାର ଆଇଚ, ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, ମୁଖପାତ୍ର ରାଜିବ ନୟନ ରଥ, ଡ. ଶଶାଙ୍କ ଚୁଡ଼ାମଣୀ, କଟକ ଜିଲା ସଭାପତି ରାଜକିଶୋର ବେହେରା ପ୍ରମୁଖ ଦାବୀ କରିଛନ୍ତି।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories