www.samajalive.in
Sunday, December 14, 2025
26.1 C
Bhubaneswar

ଏପିଜେ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଡ଼ୁନାମିସ୍’

ଭୁବନେଶ୍ବର: ଏପିଜେ ବିଦ୍ୟାଳୟ ନିଜ ପ୍ରାଙ୍ଗଣରେ ଦ୍ବିତୀୟ ବାର୍ଷିକ ଉତ୍ସବ ଡୁନାମିସ୍ ୨୦୨୩-୨୪ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ପ୍ରଥମ ଦିନର ପ୍ରାଥମିକ ଶ୍ରେଣୀର ପିଲାମାନଙ୍କ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ହସ୍ପିଟାଲ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ନିଲାଞ୍ଜନା ମୂଖାର୍ଜୀ ଯୋଗଦେଇ କୁନିପିଲାଙ୍କ ଦ୍ବାରା ପ୍ରଦର୍ଶିତ କାର୍ଯ୍ୟକ୍ରମର ଭୂରି ଭୂରି ପ୍ରଶଂସା କରିଥିଲେ।

ଦ୍ବିତୀୟ ଦିନର ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ତ ଥାଟିସିଏସ୍ ଇଣ୍ଟେଲିଜେନ୍ସ ପ୍ରପର୍ଟି ଓ ପ୍ରଡକ୍ଟ ଇଂନିଜିନିୟରିଂର ମୁଖ୍ୟ ସନ୍ତୋଷ କୁମାର ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ପ୍ରତିଭାର ଭୂୟସୀ ପ୍ରଶଂସା କରିଥିଲେ। ବିଦ୍ୟାର୍ଥୀମାନଙ୍କ ଦ୍ବାରା ପରିବେଷିତ ନାଟକ, ନୃତ୍ୟ, ଅର୍କେଷ୍ଟ୍ରା, ନୃତ୍ୟନାଟିକା ଆଦିରେ ଓଡ଼ିଶାର କଳା, ସଂସ୍କୃତି ଓ ଇତିହାସର କଳାତ୍ମକ ପ୍ରଦର୍ଶନ କରାଯାଇଥିଲା, ଯାହା ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ, ସାଂସ୍କୃତିକ ଓ କଳାତ୍ମକ ଦିଗକୁ ଦର୍ଶାଇଥିଲା।ବିଦ୍ୟାଳୟର କୃତୀ ଓ ମନୋଜ୍ଞ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

- Advertisement -

ବିଦ୍ୟାଳୟର ଅଧ୍ୟକ୍ଷ ଅତନୁ ରଥଙ୍କ ଦ୍ବାରା ବାର୍ଷିକ ବିବରଣୀ ଉପସ୍ଥାପନ କରାଯାଇଥିଲା।ଏକ ରଙ୍ଗା ରଙ୍ଗ ପରିବେଶ ମଧ୍ୟରେ ହୋଇଥିବା ବାର୍ଷିକ ଉତ୍ସବ ଅଭିଭାବକ ମହଲରେ ବେଶ୍ ଆଦୃତ ହୋଇଥିଲା।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories