www.samajalive.in
Sunday, December 7, 2025
16.1 C
Bhubaneswar

ଜଣେ ମହିଳା.. ତିରୁପତିରେ ଏଥିପାଇଁ ଆରମ୍ଭ ହୋଇଥିଲା ଦଳାଚକଟା..

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ଟିକେଟ୍‌ କାଉଣ୍ଟରରେ ଟୋକନ୍‌ ପାଇଁ ଅସମ୍ଭାଳ ଭିଡ ଦେଖା ଯାଇଥିଲା। ଦର୍ଶନ ପାଇଁ ଯାଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦଳାଚକଟା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକେ ଆହତ ହୋଇଛନ୍ତି।

ତିରୁପତିରେ ୧୦ ରୁ ୧୨ ଜାନୁଆରୀ ୩ ଦିନ ପର୍ଯ୍ୟନ୍ତ ଭଗବାନ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ‘ସର୍ବଦର୍ଶନ’ ପାଇଁ ଶ୍ରଦ୍ଧାଳୁଙ୍କୁ ଏକ ଲକ୍ଷ ୨୦ ହଜାର ଟୋକନ୍‌ ବଣ୍ଟାଯାଏ । ୧୦ ଦିନ ହେବାକୁ ଥିବା ଏହି ଉତ୍ସବ ପାଇଁ ଦର୍ଶନ ଟୋକନ ଗୁରୁବାର ଭୋର ୫ଟାରୁ ବଣ୍ଟାଯିବାକୁ ଥିଲା । ମାତ୍ର ଟିକେଟ୍‌ କାଉଣ୍ଟରରେ ହଜାର ହଜାର ଲୋକଙ୍କ ଭିଡ ଗୋଟିଏ ଦିନ ପୂର୍ବରୁୁ ରାତିରୁ ହିଁ ଆରମ୍ଭ ହୋଇଥିଲା । ଅଧିକାରୀ କହିଛନ୍ତି, ଟୋକନ୍‌ ବିତରଣ ବ୍ୟବସ୍ଥା ୯୪ ସ୍ଥାନରେ କରାଯାଇଥିଲା।

- Advertisement -

ମିଳିଥିବା ସୂଚନାନୁଯାୟୀ, ଟିଟିଡି ଅଧ୍ୟକ୍ଷ ବି.ଆର. ନାଇଡୁ କହିଛନ୍ତି, ଜଣେ ମହିଳା ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସାହାଯ୍ୟ କରିବା ପାଇଁ ଫାଟକ ଖୋଲାଯିବା ମାତ୍ରେ ଭିଡ ଅସମ୍ଭାଳ ହେବା ସହ ହଠାତ୍‌ ଆଗକୁ ଆଗକୁ ବଢିଥିଲେ । ଏହାପରେ ଭିଡ ଅନିୟନ୍ତ୍ରଣ ହେବା ସହ ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯିବା ସତ୍ତେ୍ୱ ବୁଧବାର ସନ୍ଧ୍ୟାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଥିଲେ। ଭିଡ ନିୟନ୍ତ୍ରଣ କରିବାକୁ ୧୫ ମିନିଟ୍‌ ସମୟ ଲାଗି ଥିଲା ବୋଲି ତିରୁପତି ଜିଲ୍ଲାପାଳ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଓ ଗୁରୁତରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।  ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମଧ୍ୟ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି।

ଦେଖନ୍ତୁ ଭିଡିଓ ; ଚମତ୍କାରରୁ କମ୍‌ ନୁହେଁ, ରେଳ ଧାରଣାରେ ମହିଳାଙ୍କ ଉପରେ ଅତିକ୍ରମ କଲା ଦ୍ରୁତଗାମୀ ଟ୍ରେନ୍‌, ତା’ପରେ..

୧୨ ବର୍ଷ ପରେ.. ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ଯୋଗ, ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, ହେବ ବିବାହ..

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories