www.samajalive.in
Sunday, December 14, 2025
19.1 C
Bhubaneswar

ଭୌଗୋଳିକ ସୀମାରେଖା ଆଉ ପ୍ରତିବନ୍ଧକ ନୁହେଁ, ବିକଶିତ ଭାରତ ନିର୍ମାଣରେ ଯୁବ ନେତୃତ୍ବର ଭୂମିକା ରହିଛି

ଭୁବନେଶ୍ବର:ଭାରତୀୟମାନେ ଅନ୍ୟ ଦେଶରେ ବାସ କରି ସେଠାରେ ଶୀର୍ଷ ନେତୃତ୍ବ ନେବା ସହ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି କ୍ଷ ଭୌଗୋଳିକ ସୀମାରେଖା ସେମାନଙ୍କ ପାଇଁ ପ୍ରତିବନ୍ଧକ ହୋଇନାହିଁ କ୍ଷ ଆଜିର ଡିଜିଟାଲ ଯୁଗରେ ଦେଶ ଦେଶ ମଧ୍ୟରେ ଥିବା ବ୍ୟବଧାନ ବା ଦୂରତ୍ବ କମିଯାଇଛି ଏବଂ ଦୂରଦୂରାନ୍ତରୁ ମଧ୍ୟ ନିଜ ମାତୃଭୂମି ସହ ଯୋଡି ହେବା ସହଜ ହୋଇପାରିଛି।

ପ୍ରବାସୀ ଭାରତୀୟ ୱାଇ.ବି. ପ୍ରଭାକରନ (ମାଲେସିଆ), ଈଶାନୀ ଶାଣ୍ଡିଲ୍ୟ(ହଂକଂ), ଡନ୍ ମ୍ୟାକଲେନ ଗିଲ (ଫିଲିଫାଇନସ୍), ମୌଇଉଦିନ ମହମ୍ମଦ ଅଲ୍ଲି(ମସ୍କଟ), ମିସ ରେବତୀ ପିଲାଇ(ଦକ୍ଷିଣ ଆଫ୍ରିକା) ଏବଂ ମିସ ମିକେଲା ପାଣ୍ଡେ(ତ୍ରିନିଦାଦ ଓ ଟୋବାଗୋ) ପ୍ରମୁଖ ପ୍ରବାସୀ ଭାରତୀୟ ନେତୃତ୍ବର ଉଲ୍ଲେଖନୀୟ ଦୃଷ୍ଟାନ୍ତ ବୋଲି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ଏଲ. ମାଣ୍ଡଭିୟ ପ୍ରକାଶ କରିଛନ୍ତି ।

- Advertisement -

୧୮ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ଆୟୋଜିତ ଏକ ଅଧିବେଶନରେ “ବିଶ୍ବ ପ୍ରେକ୍ଷାପଟ୍ଟରେ ଯୁବ ପ୍ରବାସୀ ଭାରତୀୟଙ୍କ ନେତୃତ୍ବ” ପ୍ରସଙ୍ଗରେ ବକ୍ତବ୍ୟ ରଖି ମନ୍ତ୍ରୀ ମାଣ୍ଡଭିୟ ଯୁବ ପ୍ରବାସୀମାନେ ଆମର ଶକ୍ତି ଓ ପ୍ରେରଣାର ମୂଳ ଉତ୍ସ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଭାରତରେ ଆଇଟି, ଷ୍ଟାର୍ଟ ଅପ , ଅଗ୍ରି ବିଜିନେସ୍ ଓ ଶିକ୍ଷା କ୍ଷେତ୍ରରେ ଯୁବଗୋଷ୍ଠୀଙ୍କର ବଳିଷ୍ଠ ଅବଦାନ ରହିଛି ଏବଂ ଭାରତୀୟ ଅର୍ଥନୀତିରେ ଆଠ ପ୍ରତିଶତ ଅଭିବୃଦ୍ଧି ଆଣିବାରେ ଯୁବଗୋଷ୍ଠୀ ସଫଳ ହୋଇଥିବା ବେଳେ ବିକଶିତ ଭାରତ ନିର୍ମାଣରେ ଯୁବ ନେତୃତ୍ବର ପ୍ରମୁଖ ଭୂମିକା ରହିଛି।

ତ୍ରିନିଦାଦ ଓ ଟବାଗୋର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ବଂଶୋଦ୍ଭବ ବାସଦେଓ ପାଣ୍ଡେଙ୍କ ସୁପୁତ୍ରୀ ମିକେଲା ପାଣ୍ଡେ ନିଜ ଅନୁଭୂତି ବର୍ଣ୍ଣନା କରି କହିଲେ ଯେ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ କୌଣସି ପ୍ରଭେଦ ଜଣା ଯାଏ ନାହିଁ। ଆଗାମୀ ଦିନରେ ଭାରତ ସହ ସମ୍ପୃକ୍ତ ରହି ତ୍ରିନିଦାଦ ଓ ଟୋବାଗୋରେ ବିକାଶମୂଳକ କାର୍ଯ୍ୟ କରିବାକୁ ସେ ଇଚ୍ଛୁକ ବୋଲି ସେ ପ୍ରକାଶ କରିଥିଲେ।

ଦକ୍ଷିଣ ଆଫ୍ରିକାରେ ରହୁଥିବା ତାମିଲନାଡୁ କାଞ୍ଚିପୁରମର ରେବତୀ ପିଲାଇ ସେଠାରେ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବାକୁ ଇଚ୍ଛୁକ। ସେହି କେନ୍ଦ୍ରରେ ରୋବୋଟିକସ୍, କୃତ୍ରିମ ବୁଦ୍ଧିମତ୍ତା ଇତ୍ୟାଦିର ସୁବିଧା ଉପଲବ୍ଧ ହେବ। ଏଥିସହ ସେ ଏକ ଅନଲାଇନ ରେଡିଓ ଚ୍ୟାନେଲ ମଧ୍ୟ ଖୋଲିବାକୁ ଆଗ୍ରହୀ। ଏହା ମାଧ୍ୟମରେ ଉଭୟ ଦେଶର ନାଗରିକମାନଙ୍କ ମଧ୍ୟରେ ଭାବ-ବିନିମୟ ସୁଦୃଢ ହେବ ବୋଲି ଆଶା କରି ସେଥିପାଇଁ ସେ ଭାରତର ସହଯୋଗ କାମନା କରିଥିଲେ ।

ଭାରତର କଳା, ସଂସ୍କୃତି ଓ ପରମ୍ପରାକୁ ଲୋକପ୍ରିୟ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରକାଶ କରିଥିଲେ ହଂକଂର ପ୍ରବାସୀ ଭାରତୀୟ ଈଶାନୀ ଶାଣ୍ଡିଲ୍ୟ। ଅନ୍ୟପକ୍ଷରେ ଫିଲିଫାଇନସରୁ ଆସିଥିବା ଡନ୍ ମ୍ୟାକଲେନ ଗିଲ ତାଙ୍କ ବକ୍ତବ୍ୟରେ ଇ-ଭିସା ଓ ଭିସା-ଅନ-ଆରାଇଭାଲ ପ୍ରଦାନ ପାଇଁ ଭାରତ ସରକାରଙ୍କୁ ଅନୁରୋଧ ଜଣାଇଥିଲେ। ଫଳରେ ଭାରତ ଓ ଫିଲିଫାଇନସ୍ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇପାରିବ ବୋଲି ସେ ମତ ଦେଇଥିଲେ।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories