www.samajalive.in
Sunday, December 14, 2025
26.1 C
Bhubaneswar

ଓଡ଼ିଆ ନୂଆବର୍ଷରେ ପାଞ୍ଜି ଖୋଲିବି: ପ୍ରଦୀପ ପାଣିଗ୍ରାହୀ

ସମାଜ ଡିଜିଟାଲ ଡେସ୍କ: ସମସ୍ତ ଠକେଇ ମାମଲାରୁ ସାଂସଦ ପ୍ରଦୀପ ପାଣିଗ୍ରାହୀ ଦୋଷମୁକ୍ତ ହେବା ପରେ ବିଜେଡିକୁ ଟାର୍ଗେଟ କରିଛନ୍ତି। ଦଳରେ ଥିବା ସମୟରେ ତାଙ୍କୁ ଯେପରି ହଇରାଣ କରାଯାଇଛି ତାହାର ଜବାବରେ ସେ ପ୍ରବଳ ବର୍ଷିଛନ୍ତି। ଆଗକୁ ଓଡ଼ିଆ ନୂଆ ବର୍ଷ ଆସୁଛି। ନୂଆବର୍ଷରେ ସେ ପାଞ୍ଜି ଖୋଲିବେ ବୋଲି ପ୍ରଦୀପ ଚେତାବନୀ ଦେଇଛନ୍ତି। ପ୍ରଦୀପଙ୍କ ଏହି କଥା ଶୁଣି ଏବେ ଅନେକ ନେତା ଓ ଅଧିକାରୀ ଚିନ୍ତାରେ ପଡ଼ିଯାଇଥିବା କୁହାଯାଉଛି।

ପ୍ରଦୀପ କହିଛନ୍ତି, ମୋତେ ଦଳରୁ ବହିଷ୍କାର କଲେ। ହେଲେ ତାଙ୍କୁ ରାଜ୍ୟବାସୀ ବହିଷ୍କାର କଲେ। ନିଜର ଗିରଫଦାରୀକୁ ନେଇ ସେ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଆକ୍ଷେପ କରିଛନ୍ତି। ଉକ୍ତ ଅଧିକାରୀ ଜଣକ ପ୍ରଦୀପଙ୍କୁ ଗିରଫ କରିଥିବା ନେଇ ପ୍ରଥମ ଥର ଲାଗି ଟ୍ବିଟ୍‌ କରି ଜଣାଇଥିଲେ। ମୋତେ ଗିରଫ କରିଥିବାରୁ ସମ୍ପୃକ୍ତ ଆଇପିଏସ ଅଧିକାରୀ ପୁରସ୍କାର ପାଇ କମିଶନର ହେଲେ। କାର୍ତ୍ତିକ ଗୋଟିଏ

- Advertisement -

କାର୍ତ୍ତିକ ଗୋଟିଏ ମ୍ୟାଟେରିଆଲ କି ବୋଲି କହି ପ୍ରଦୀପ ଛିଗୁଲେଇଛନ୍ତି। ନବୀନ ବାବୁ ଓଡ଼ିଶାକୁ ଲୁଟ୍ ପାଇଁ ତାଙ୍କୁ ଠିକା ଦେଇଦେଇଥିଲେ ବୋଲି ପ୍ରଦୀପ କହିଛନ୍ତି। ଏପରି କି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ)କୁ କରପସନ, କମିସନ ଓ କଲେକ୍ସନର ହବ୍‌ କରାଯାଇଥିଲା ବୋଲି ପ୍ରଦୀପ ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories