www.samajalive.in
Monday, December 8, 2025
14.1 C
Bhubaneswar

ପତ୍ନୀ ନିର୍ବାଚନରେ ହାରିବା ପରେ ମତଦାତାଙ୍କୁ ଟଙ୍କା ଫେରାଇବା ପାଇଁ ଧମକାଇଲେ ପତି

ହାଇଦ୍ରାବାଦ..-   ତେଲେଙ୍ଗାନାର ସୂର୍ୟାପେଟ ଜିଲ୍ଲାର ଜାଗିରେଡିଗୁଡେମରେ ଅନୁଷ୍ଠିତ ହୋଇଥିବା  ଓ୍ୱାର୍ଡମେମ୍ବର ନିର୍ବାଚନରେ ପତ୍ନୀ ହାରିଯିବା ପରେ ତାଙ୍କ ପତି ମତଦାତାଙ୍କ ନିକଟକୁ ଯାଇ ସେମାନେ ଭୋଟ୍‌ ଦେବାପାଇଁ ନେଇଥିବା ଟଙ୍କା ଫେରାଇବା ପାଇଁ ଦାବି କରିଛନ୍ତି । ଟାଇମସ୍‌ନାଓର ଖବର ଅନୁସାରେ ୯ ନମ୍ବର ଓ୍ୱାର୍ଡରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କଂଗ୍ରେସର ବିଦ୍ରୋହୀ ନେତା  ପ୍ରଭାକରଙ୍କର ପତ୍ନୀ  ଉପୁ ହାଇମାବତୀ ନିର୍ବାଚନ ଲଢିଥିଲା । ମାତ୍ର ମତଗଣନା ପରେ ତାଙ୍କୁ ମାତ୍ର ୨୪ଟି ଭୋଟ୍‌ ମିଳିଥିବା ଜଣା ପଡିଥିଲା ।

ଏହାପରେ ପ୍ରଭାକର ଓ୍ୱାର୍ଡକୁ ଯାଇ ମତାଦାତାମାନଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ । ଏକ ଭିଡିଓରେ ସେ ଭୋଟରମାନଙ୍କୁ ପ୍ରଥମେ ଟଙ୍କା ଫେରାଇବା ପାଇଁ କହୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମତଦାତାମାନଙ୍କୁ ପ୍ରତି ଭୋଟ୍‌ ପାଇଁ ୫୦୦ରୁ ୭୦୦ ଟଙ୍କା ଦିଆଯାଇଥିଲା । ଟଙ୍କା ନେବା ପରେ ବି ସେମାନେ ଭୋଟ୍‌ ଦେଇ ନଥିବା ଅଭିଯୋଗ ହୋଇଛି । ପରେ ମତଦାତାମାନେ ଏକାଠି ହୋଇ ତାଙ୍କୁ ସେଠାରୁ ଭଗାଇ ଦେଇଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories