Other Links

ଆମ ଓଡ଼ିଶା

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର...

ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ଦାବି

ପୁରୀ : ପୁରୀ ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ଅନ୍ତର୍ଜାତୀୟ...

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର - ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର...

ପୂଜା କରୁଥିବା ବେଳେ ବଜ୍ରାଘାତରେ ପୂଜକଙ୍କ ମୃତ୍ୟୁ

ସିମୁଳିଆ - କଳାଶୁଣି ଅଞ୍ଚଳରେ ଜଣଙ୍କ ଘରେ ପୂଜା କରୁଥିବା ବେଳେ...

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ...

ଦେଶବିଦେଶ

ଆଇପିଏସ୍‍ ଅଧବକାରୀଙ୍କ ଆତ୍ମହତ୍ୟା ମାମଲାରେ ବଡ ଖୁଲାସା

ସମାଜ ଡିଜିଟାଲ ଡେସ୍କ: ହରିୟାଣା କ୍ୟାଡର ଆଇପିଏସ ଅଧିକାରୀ ପୁରନ କୁମାରଙ୍କ...

ଘରୋଇ ବିଦ୍ୟୁତ ପ୍ଲାଣ୍ଟରେ ଖସିପଡିଲା ଲିଫ୍ଟ : ୪ଜଣଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଛତିଶଗଡରେ ଏକ ବଡ ଅଘଟଣ ଘଟିଛି ।...

ଆଜି ବାୟୁସେନା ପ୍ରତିଷ୍ଠା ଦିବସ: ହିଣ୍ଡନ୍‍ ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତୀୟ ବାୟୁସେନାର ୯୩ତମ ପ୍ରତିଷ୍ଠା ଦିବସ...

ନିନ୍ଦନୀୟ ଆଚରଣ: ନ୍ୟାୟାଳୟର ମର୍ଯ୍ୟାଦା ରକ୍ଷା ପ୍ରଥମ କାର୍ଯ୍ୟ

ଅକ୍ଟୋବର ୬ ତାରିଖରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି.ଆର.ଗବଇଙ୍କ ଉପରକୁ ଜଣେ...

ଇସ୍ରାଏଲ-ହମାସ ଯୁଦ୍ଧକୁ ଦୁଇ ବର୍ଷ ପୂର୍ତ୍ତି

ତେଲଆଭିଭ୍‌: ଇସ୍ରାଏଲ ଓ ପାଲେଷ୍ଟାଇନର ଗାଜାସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ...

ରାଜନୀତି

ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା...

ରାଜ୍ୟବାସୀ ଅସୁରକ୍ଷିତ: ନବୀନ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟନ୍ତ ହୋଇପଡ଼ିଛି, ଯାହାକୁ...

ନୂଆପଡା ବିଜେଡିର ଥିଲା ଓ ରହିବ- ପ୍ରମିଳା

ସମାଜ ଡିଜିଟାଲ ଡେସ୍କ: ନୂଆପଡା ଉପନିର୍ବାଚନରେ ଜିତିବ ବିଜେଡି । ଏନେଇ...

ମଙ୍ଗଳବାର ସୁଦ୍ଧା ନୂଆପଡ଼ା ଆସନ ପାଇଁ ପ୍ରାର୍ଥୀ ଦେବ କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା...

ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୧୧ ତାରିଖରେ ଓଡ଼ିଶାର ନୂଆପଡ଼ା...

ଅପରାଧ

ଡାକ୍ତରଖାନାରେ ପ୍ରେମିକାର ଶବ ଛାଡି ଚାଲିଗଲା ପ୍ରେମିକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ...

ଭିଣେଇର ଗୁଳି ମାଡରେ ଶଳା ମୃତ

ଗୁଣପୁର - ଭିଣେଇର ଗୁଳି ମାଡରେ ଶଳାର ମୃତ୍ୟୁ । ଆନ୍ଧ୍ର...

ହତ୍ୟାପରେ ବାପାକୁ ପୋତିଦେଲା ପୁଅ

ଦେବଗଡ଼: ହତ୍ୟାକାଣ୍ଡ ପରେ ବାପାଙ୍କୁ ମାଟିରେ ପୋତିଦେଲା ପୁଅ। ବାରକୋଟ ଥାନା...

୧୬.୫ ଲକ୍ଷର ବ୍ରାଉନସୁଗର ଜବତ, ଦୁଇ ଗିରଫ

ସମାଜ ଡିଜିଟାଲ ଡେସ୍କ: ବୁଲେଟରେ ବୁଲି ବ୍ରାଉନସୁଗର ବେପାର କରୁଥିବା ଦୁଇ...

ଫେସବୁକରେ ଆପତ୍ତିଜନକ ପୋଷ୍ଟ, ଅଭିଯୁକ୍ତ ଗିରଫ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମ ଫେସବୁକରେ ଆପତ୍ତିଜନକ ପୋଷ୍ଟ କରିବା...
Thursday, October 9, 2025
24.4 C
Bhubaneswar

ପ୍ରବାସୀ ଭାରତୀୟ ଦିବସ: ସଜେଇ ହୋଇଛି ରାଜଧାନୀ, ପଞ୍ଜୀକରଣ କଲେଣି ସାଢ଼େ ୩ହଜାର

ଭୁବନେଶ୍ବର : ଆସନ୍ତା ୮ତାରିଖରୁ ଆରମ୍ଭ ହେବ ୧୮ତମ ପ୍ରବାସୀ ଭାରତୀୟ ଦିବସ। ଏଥିପାଇଁ ଜନତା ମଇଦାନରେ ଚାଲିଥିବା ପ୍ରସ୍ତୁତିକୁ ରବିବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଶିଳ୍ପ ସଚିବ ହେମନ୍ତ ଶର୍ମା ସମୀକ୍ଷା କରିଛନ୍ତି। ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ବର୍ତ୍ତମାନ ସୁଦ୍ଧା ସାଢ଼େ ୩ ହଜାର ପ୍ରବାସୀ ଭାରତୀୟ ପଞ୍ଜୀକରଣ କରି ସାରିଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଥିଲେ, ତିନିଦିନ ଧରି ପ୍ରତ୍ୟେକ କାର୍ଯ୍ୟକ୍ରମ ଜନତା ମଇଦାନରେ ହେବ। ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି; କିନ୍ତୁ ୫୦୦ ପ୍ରବାସୀ ଭାରତୀୟଙ୍କୁ ନେଇ ଇନଭେଷ୍ଟମେଣ୍ଟ ଓଡ଼ିଶା ସମ୍ମିଳନୀ ଗୋଟିଏ ତାରକା ହୋଟେଲରେ କରାଯିବ। ଏହି କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ନଥିଲା; ଶନିବାର ଏଭଳି କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଥିଲେ। ପ୍ରବାସୀ ଭାରତୀୟଙ୍କ ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଥ ଉତ୍ସବ। ପୁରୀରେ ସିବିଚ୍ ଫେଷ୍ଟିଭାଲ ହେବ ଏବଂ ଓଡ଼ିଆ ଘର ଖାଦ୍ୟ ଖାଇବେ। ଓଡ଼ିଶାର ଖାଦ୍ୟ ପ୍ରଣାଳୀ, ଓଡ଼ିଶାର ଆତିଥେୟତା ବିଶ୍ୱ ଦରବାରରେ ଦେଖାଇବାର ପାଇଁ ଏହା ବଡ଼ ସୁଯୋଗ। ପ୍ରଥମଥର ପାଇଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେଉଥିବାରୁ ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ବିଦେଶୀଙ୍କ ସଂଖ୍ୟାରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳୁଛି। ଓଡ଼ିଶା ସରକାରଙ୍କ ଗୃହ ବିଭାଗର ତଥ୍ୟାନୁଯାୟୀ, ପ୍ରତିଦିନ ୧୫୦ରୁ ଅଧିକ ଏନଆରଆଇ ପଞ୍ଜୀକରଣ କରୁଥିବାବେଳେ ଗୋଟିଏ ସପ୍ତାହ ପୂର୍ବରୁ ପଞ୍ଜୀକରଣ ସଂଖ୍ୟା ମାତ୍ର ୪୦-୫୦ ଥିଲା।
ଏହି ସମ୍ମିଳନୀକୁ ୫୦ରୁ ଅଧିକ ଦେଶରୁ ପ୍ରାୟ ୩୫୦୦ ଏନଆରଆଇଙ୍କୁ ନିମନ୍ତ୍ରଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ମୋଟ ଉପରେ ତିନିଦିନିଆ ସମ୍ମିଳନୀରେ ସ୍ଥାନୀୟ ଅଂଶଗ୍ରହଣକାରୀଙ୍କ ସମେତ ୭,୫୦୦ରୁ ଅଧିକ ଲୋକ ଯୋଗଦେବେ। ଏହି କାର୍ଯ୍ୟକ୍ରମ ପାଇଁ ଅଧିକାଂଶ ପଞ୍ଜୀକରଣ ଦକ୍ଷିଣ-ପୂର୍ବ ଏସୀୟ ଦେଶରେ ରହୁଥିବା ଭାରତୀୟଙ୍କ ଦ୍ୱାରା କରାଯାଉଛି। ଏହାପରେ ପଞ୍ଜୀକରଣ ଦୃଷ୍ଟିରୁ ଗଲ୍ଫ ଦେଶ ଏବଂ ୟୁରୋପର ଏନଆରଆଇ ଅଛନ୍ତି। ୩୦ରୁ ଅଧିକ ଦେଶରୁ ଅଂଶଗ୍ରହଣକାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆଗ୍ରହ ଦେଖାଇଛନ୍ତି। ପ୍ରଥମ ଥର ପାଇଁ ଏହି ସମ୍ମାନଜନକ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶା ସରକାର ବିଭିନ୍ନ କ୍ଷେତ୍ରରେ ବିପୁଳ ପୁଞ୍ଜି ବିନିଯୋଗ କରିବାକୁ ଯୋଜନା କରୁଛନ୍ତି। କେରଳ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶର ଏନଆରଆଇମାନେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ନେଇ ଅଧିକ ଆଗ୍ରହୀ ଅଛନ୍ତି। ଏତଦ୍‌ବ୍ୟତୀତ ଓଡ଼ିଶାର ଅନେକ ଏନଆରଆଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ସମୟରେ ୨୦୦୩ରେ ଆରମ୍ଭ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ବର୍ତ୍ତମାନ ପର୍ଯ୍ୟନ୍ତ ନୂଆଦିଲ୍ଲୀ, ମୁମ୍ବଇ, କୋଚି, ହାଇଦରାବାଦ, ଜୟପୁର, ଚେନ୍ନଇ, ବାରଣାସୀ, ବେଙ୍ଗାଲୁରୁ ଏବଂ ଇନ୍ଦୋର ଭଳି ସହରରେ ଆୟୋଜିତ ହୋଇଛି। ୨୦୨୧ରେ ଏହି କାର୍ଯ୍ୟକ୍ରମ ଆଭାସି ମାଧ୍ୟମରେ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଆୟୋଜନ କରାଯାଉଛି। ଜାନୁଆରୀ ୮ ରେ ଯୁବା ପ୍ରଭାସୀ ଭାରତୀୟ ଦିବସ ସହିତ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସାମିଲ ହେବେ। ଜାନୁଆରୀ ୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବେ। ଜାନୁଆରୀ ୧୦ରେ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ସମାପନ ଭାଷଣ ଦେବେ। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହିତ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଏବଂ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିବେ ବୋଲି ଜଣାପଡିଛି।

Hot this week

ଚାମ୍ପିଅନ ଓଡ଼ିଶା ହ୍ଵିଲ ଚେୟାର ରଗବୀ ଦଳକୁ ସମ୍ବର୍ଦ୍ଧିତ କଲା ବାଣିଜ୍ୟ ଓ ପରିବହନ ବିଭାଗ

ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶା ହ୍ୱିଲଚେୟାର ରଗବି ଦଳ ।...

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ପୀଠର...

ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ଦାବି

ପୁରୀ : ପୁରୀ ଭିଆଇପି ରୋଡ଼କୁ ଗୋପବନ୍ଧୁ ମାର୍ଗ କରାଯିବାକୁ ଅନ୍ତର୍ଜାତୀୟ...

ମା’ ସମଲେଶ୍ବରୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର - ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର...

ପୂଜା କରୁଥିବା ବେଳେ ବଜ୍ରାଘାତରେ ପୂଜକଙ୍କ ମୃତ୍ୟୁ

ସିମୁଳିଆ - କଳାଶୁଣି ଅଞ୍ଚଳରେ ଜଣଙ୍କ ଘରେ ପୂଜା କରୁଥିବା ବେଳେ...

Related Articles

Popular Categories