www.samajalive.in
Sunday, December 14, 2025
19.1 C
Bhubaneswar

ବିଶ୍ବରେ ସର୍ବାଧିକ ଦରମା ପାଉଥିବା ବ୍ୟକ୍ତି ମୂଳ ଭାରତୀୟ: ଦିନକୁ ଆୟ ୪୮ କୋଟି ଟଙ୍କା

ନୂଆଦିଲ୍ଲୀ: କ୍ବାଣ୍ଟମସ୍କେପ୍‌ର ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ମୂଳ ଭାରତୀୟ ଜଗଦୀପ ସିଂ ଦରମା କ୍ଷେତ୍ରରେ ଏକ ବୈଶ୍ବିକ ବେଞ୍ଚ୍‌ମାର୍କ ପ୍ରତିଷ୍ଠା କରିଛନ୍ତି। ଜଗଦୀପ ଦରମା ବାବଦ ବାର୍ଷିକ ୧୭ ହଜାର ୫ଶହ କୋଟି ଟଙ୍କା (୨୦୬ କୋଟି ଡଲାର) ନେଉଛନ୍ତି। ତାଙ୍କର ହାରାହାରି ଦୈନିକ ଆୟ ୪୮ କୋଟି ଟଙ୍କା। ଜଗଦୀପଙ୍କର ଏପରି ଅସାଧାରଣ ଦରମା ତାଙ୍କୁ ବିଶ୍ବର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ବ୍ୟକ୍ତି କରାଇଛି। ଏତେ ପରିମାଣର ପାରିଶ୍ରମିକ କେତେକ ବଡ଼ କମ୍ପାନୀର ରାଜସ୍ବଠାରୁ ମଧ୍ୟ ଅଧିକ।
ଦୃଢ଼ ଶିକ୍ଷା ମୂଳଦୁଆ ଏବଂ ଉଦ୍ୟୋଗୀ ହେବାର ସ୍ବପ୍ନ ତାଙ୍କୁ ଏପରି ସଫଳତା ଆଣିଦେଇଛି। ମୂଳ ଭାରତୀୟ ଜଗଦୀପଙ୍କ ଲିଙ୍କଡ୍‌ଇନ୍‌ ପ୍ରୋଫାଇଲ ଅନୁଯାୟୀ, ସେ ମେରିଲାଣ୍ଡ ବିଶ୍ବବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ ପରେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ଓ ପରେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ବର୍କେଲେରେ ଏମ୍‌ବିଏ କରିଥିଲେ। ୧୯୯୨ରେ ‘ଏୟାରସଫ୍ଟ’ ସହିତ କେତେକ ଷ୍ଟାର୍ଟଅପ୍‌ ଆରମ୍ଭ କରିବା ପୂର୍ବରୁ ଏଚ୍‌ପି ଏବଂ ସନ୍‌ ମାଇକ୍ରୋସିଷ୍ଟମ ଭଳି ସଂସ୍ଥାରେ ଚାକିରି ଜୀବନ ଆରମ୍ଭ କରିଥିଲେ ଜଗଦୀପ। ୨୦୧୦ରେ ସେ ଆମେରିକାରେ କ୍ବାଣ୍ଟମସ୍କେପ୍‌ ପ୍ରତିଷ୍ଠା କରିଥିଲେ, ଯାହା ବୈଦ୍ୟୁତିକ ଯାନ (ଇଭି) ପାଇଁ ଉନ୍ନତ ବ୍ୟାଟେରି ଜ୍ଞାନକୌଶଳ ପ୍ରସ୍ତୁତ କରିବାରେ ଅଗ୍ରଣୀ କମ୍ପାନୀ ରହିଛି। ଶକ୍ତି ସଂରକ୍ଷଣରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଏବଂ ଏକ ଅଙ୍ଗାଳକାମ୍ଳମୁକ୍ତ ଭବିଷ୍ୟତକୁ ସମର୍ଥନ କରିବା ଲକ୍ଷ୍ୟରେ କ୍ୱାଣ୍ଟମସ୍ପେପ୍‌ ଦ୍ରୁତ-ଚାର୍ଜିଂ, ଦୀର୍ଘସ୍ଥାୟୀ ଏବଂ ନିରାପଦ ବ୍ୟାଟେରୀର ବିକାଶ ଉପରେ ଧ୍ୟାନ ଦେଇଥାଏ। ଜଗଦୀପ କ୍ବାଣ୍ଟମସ୍କେପ୍‌ର ସିଇଓ ଥିଲେ। ତାଙ୍କ ନେତୃତ୍ବରେ ଏହି କମ୍ପାନୀ ଦ୍ରୁତ ଅଭିବୃଦ୍ଧି ହାସଲ କରିଥିଲା। ୨୦୨୪ରେ ଜଗଦୀପ କମ୍ପାନୀ ବୋର୍ଡରେ ରହିବା ସହ ସିଇଓ ପଦ ଶିବ ଶିବାରାମଙ୍କୁ ହସ୍ତାନ୍ତର କରିଥିଲେ। ବର୍ତ୍ତମାନ ସେ ଷ୍ଟିଲ୍ଥ ଷ୍ଟାଟଅପ୍‌ର ସିଇଓ ଅଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories