www.samajalive.in
Tuesday, December 9, 2025
17.1 C
Bhubaneswar

ଚାଲିଲା ପ୍ରଥମ ନମୋ ଭାରତ ଟ୍ରେନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜାତୀୟ ରାଜଧାନୀ ଦିଲ୍ଲୀରେ ୧୨,୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟିତ ପ୍ରକଳ୍ପ ମଧ୍ୟରେ ରହିଛି ୪୬୦୦ କୋଟି ଟଙ୍କାର ନମୋ ଭାରତ କରିଡର। ଦିଲ୍ଲୀ-ଗାଜିଆବାଦ-ମିରଟ ନମୋ ଭାରତ ପ୍ରକଳ୍ପର ୧୩ କିମି ଦୂରତା ସାହିବାବାଦ୍‌-ଅଶୋକ ନଗର କରିଡର ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟିତ ନମୋ ଭାରତ କରିଡର ଦେଇ ଦ୍ରୁତଗାମୀ ନମୋ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଟ୍ରେନ ଚଳାଚଳ ଦ୍ବାରା ଦିଲ୍ଲୀ ମିରଟ ମଧ୍ୟରେ ଯାତାୟାତ ସମୟ ୪୦ମିନିଟ୍‌କୁ ହ୍ରାସ ପାଇବ। ଏହାଦ୍ବାରା ଆଞ୍ଚଳିକ ଯୋଗାଯୋଗକୁ ସୁଗମ କରିବ। ନମୋ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟ୍ରେନରେ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ସାହିବାବାଦ୍‌ରୁ ଅଶୋକ ନଗର ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଯାତ୍ରା ପୂର୍ବରୁ ସେ କ୍ୟୁଆର କୋଡ୍‌ ସ୍କାନ କରି ସ୍ମାର୍ଟ ଟିକଟ୍ କିଣିଥିଲେ। ଯାତ୍ରା ସମୟରେ ସେ ଟ୍ରେନରେ ଯାତ୍ରୀ ସହିତ କଥାବାର୍ତ୍ତା କରିଥିଲେ ଓ ସ୍କୁଲ ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ପ୍ରକାର ଚିତ୍ର ପ୍ରଦାନ କରିଥିଲେ। ନମୋ ଭାରତ କରିଡର ନିର୍ମାଣ ସମ୍ପର୍କିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ। ଏହି ସମୟରେ ନ୍ୟାସନାଲ କ୍ୟାପିଟାଲ ରିଜନ ଟ୍ରାନ୍ସପୋର୍ଟ କର୍ପୋରେସନ (ଏନ୍‌ସିଆରଟିସି) ପକ୍ଷରୁ ତାଙ୍କୁ ନମୋ ଭାରତ ଟ୍ରେନର ଏକ ମଡେଲ ପ୍ରଦାନ କରାଯାଇଥିଲା। ନମୋ ଭାରତ ଟ୍ରେନରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି। ମହିଳା ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବଗି ରହିଛି। ଏହା ସହିତ ଏକ ପ୍ରମିୟମ୍ କୋଚ୍ ରହିଛି। ନମୋ ଭାରତ ଟ୍ରେନରେ ଦିଲ୍ଲୀରୁ ମିରଟ୍ ଯାତ୍ରା ଭଡା ୧୫୦ଟଙ୍କା ରଖାଯାଇଛି।
ନମୋ ଭାରତ ଟ୍ରେନ ସହିତ ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ୪ର୍ଥ ପର୍ଯ୍ୟାୟର ପ୍ରଥମ ଅଂଶକୁ ଉଦ୍‌ଘାଟନ କରିଛନ୍ତି। ଜନକପୁରୀ ଠାରୁ କ୍ରିଷ୍ଣା ପାର୍କ ପର୍ଯ୍ୟନ୍ତ ୨.୮ କିମି ମେଟ୍ରୋ ରାସ୍ତାକୁ ୧୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଦିଲ୍ଲୀ ମେଟ୍ରୋର ୪ର୍ଥ ପର‌୍ୟ୍ୟାୟର ଏହା ଅଂଶ। ଏହାଦ୍ବାରା ୱେଷ୍ଟ ଦିଲ୍ଲୀ ଅଞ୍ଚଳବାସୀଙ୍କୁ ଲାଭବାନ ହେବ। ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ୪ର୍ଥ ପର୍ଯ୍ୟାୟ ରିଥାଲା-କୁଣ୍ଡି ସେକ୍ସନକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ୨୬.୫ ଦୀର୍ଘ ଏହି ସେକ୍ସନକୁ ପ୍ରାୟ ୬୨୩୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହି କରିଡର ଦିଲ୍ଲୀର ରିଥାଲା ସହିତ ହରିୟାଣାର କୁଣ୍ଡିକୁ ଯୋଗାଯୋଗ କରିବ। ଏହି ତିନି ଯୋଗାଯୋଗ ପ୍ରକଳ୍ପ ବ୍ୟତୀତ ପ୍ରଧାନମନ୍ତ୍ରୀ ୧୮୫ କୋଟି ଟଙ୍କା ସ୍ବାସ୍ଥ୍ୟସେବା ପ୍ରକଳ୍ପ ସେଣ୍ଟ୍ରାଲ ଆୟୁର୍ବେଦିକ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିଏଆାଇ)ର ଶିଳାନ୍ୟାସ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories