www.samajalive.in
Friday, December 12, 2025
14.1 C
Bhubaneswar

ମୃତ୍ୟୁପରେ ଅଙ୍ଗଦାନ କରି ଅମର ହେଲେ ପ୍ରହଲ୍ଲାଦ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସମ୍ମାନ 

ଆଠଗଡ଼ : ପୁଅର ଶେଷ ଇଚ୍ଛା ଥିଲା ଅଙ୍ଗଦାନ କରି ଅନ୍ୟ ଭିତରେ ନିଜକୁ ବଞ୍ଚାଇ ରଖିବ। ଆଜି ପରିବାର ଲୋକ ତାଙ୍କର ଇଚ୍ଛାକୁ ପୁରଣ କଲେ। ତେଣୁ ମରି ବି ଅମର ହୋଇଗଲେ ପ୍ରହଲ୍ଲାଦ ରାଉତ । ଜୀବନମରଣର ଚକ୍ର ଭିତରେ ଏମିତି କେତେକ ଥାଆନ୍ତି ଯେଉଁମାନେ ନିଜ କର୍ମ ବଳରେ ନିଜ ପରିବାର ଏବଂ ଅଞ୍ଚଳକୁ ଗର୍ବିତ କରିଥାଆନ୍ତି ।ସେହିଭଳି ଏକ ଉଦାହରଣ ପାଲଟିଛନ୍ତି ଆଠଗଡ଼ ବ୍ଲକ ଖୁଣ୍ଟକଟା ପଞ୍ଚାୟତର ପ୍ରାଣବନ୍ଧୁ ରାଉତଙ୍କ ପୁଅ ପ୍ରହଲ୍ଲାଦ । ମୃତ୍ୟୁ ପରେ ଶେଷ ଇଛା ଅନୁଯାୟୀ ନିଜର ଦୁଇଟି କିଡନୀ ଏବଂ ଲିଭର ଦେଇ ଅନ୍ୟମାନଙ୍କ ଜୀବନ ବଞ୍ଚାଇ ପ୍ରହଲ୍ଲାଦ ସହିଦ ହୋଇଯାଇଛନ୍ତି ବୋଲି ପରିବାର ଓ ସ୍ଥାନୀୟ ଲୋକେ କହିଛନ୍ତି। ଓଡ଼ିଶାର ଅଗ୍ରଣୀ ବୈଷୟିକ ବିଶ୍ଵବିଦ୍ୟାଳୟ କିଟ୍ ରେ ପରିଚାଳକ ଭାବରେ କାର୍ଯ୍ୟ କରୁଥିବା ୩୭ ବର୍ଷ ବୟସ୍କ ପ୍ରହଲ୍ଲାଦ ଗତକାଲି ମସ୍ତିଷ୍କ ଆଘାତ ରୋଗରେ ପୀଡିତ ହୋଇ କିମସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ଅକାଳ ବିୟୋଗ ଘଟିଥିଲା।

ଗତ ଦୁଇବର୍ଷ ତଳେ ବିବାହ କରିଥିବା ପ୍ରହଲ୍ଲାଦଙ୍କର ଗୋଟିଏ ୫ ମାସର ଝିଅ ଥିବାବେଳେ ପରିବାର ପକ୍ଷରୁ ତାଙ୍କର ଇଛାକୁ ସମ୍ମାନ ଦେବାକୁ ଯାଇ ଏଭଳି ମହତ କାର୍ଯ୍ୟ କରିଛନ୍ତି। ଏଥିପାଇଁ ସରକାରୀ ନିୟମ ଅନୁସାରେ ଆଠଗଡ଼ ପୁଲିସ ପ୍ରଶାସନ ପକ୍ଷରୁ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ୱରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇ ଶେଷ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ପରିବାରର ଏହି ଅପୂରଣୀୟ କ୍ଷତିକୁ ଭରଣା କରିବା ତ ସମ୍ଭବ ନୁହେଁ କିନ୍ତୁ ଜନମାନସରେ ମରି ମଧ୍ୟ ଅମର ହୋଇ ରହିଗଲେ ପ୍ରହଲ୍ଲାଦ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କିମସ ହସ୍ପିଟାଲରେ କିଟର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ସମ୍ମାନ ଦେବାପରେ ତାଙ୍କ ପୈତୃକ ଗ୍ରାମ ଖୁଣ୍ଟକଟାକୁ ମୃତଦେହ ଅଣାଯାଇଥିଲା । ସେଠାରେ ଏକ ଶୋକାକୁଳ ପରିବେଶରେ ଗ୍ରାମବାସୀ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ନେଇ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories