www.samajalive.in
Friday, December 12, 2025
19.1 C
Bhubaneswar

ଜିଲାସ୍ତରୀୟ କନିଷ୍ଠ ରେଡକ୍ରସ ଶିକ୍ଷା ପ୍ରଶିକ୍ଷଣ ଶିବିର

କେନ୍ଦୁଝରଗଡ଼: ଡି.ଏନ ହାଇସ୍କୁଲ ସଭା ଗୃହରେ ଶନିବାର ୩୪ତମ ଜିଲାସ୍ତରୀୟ କନିଷ୍ଠ ରେଡକ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଜିଲାର ୧୦୮ଟି ବିଦ୍ୟାଳୟରୁ ୨୩୫ଜଣ ଜେଆରସି ସ୍ୱେଛାସେବୀ, ୧୦୮ଜଣ ଜେଆରସି କାଉନସେଲର ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ଜିଲା ଶାରୀରିକ ଶିକ୍ଷା ଅଧିକାରୀ ଫକୀର ମୋହନ ମହାନ୍ତ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ସହନିର୍ଦ୍ଦେଶକ ଆତ୍ମେଶ୍ୱର ଝା ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜ ସେବା ଦ୍ୱାରା ହିଁ ମାନବ କଲ୍ୟାଣ ସାଧିତ ହୋଇ ପାରିବ ବୋଲି କହିଥିଲେ। ଏଥିପାଇଁ ରେଡକ୍ରସ ହିଁ ଉପଯୁକ୍ତ ମାଧ୍ୟମ ବୋଲି ମୁଖ୍ୟଅତିଥି ଶ୍ରୀ ଝା କହିଥିଲେ। ଜିଲା ରେଡ଼କ୍ରସ ଯୁଗ୍ମସମ୍ପାଦକ ଏ.ଆର ଖାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡକ୍ରସ ପୃଥିବୀର ସବୁ ପ୍ରାନ୍ତରେ ନିଜର ଉପସ୍ଥିତି ଜାହିର କରି ନିରବଚିନ୍ନ ମାନବ ସେବା ଜାରି ରଖିଛି ବୋଲି କହିଥିଲେ। ପୃଥିବୀର ଏକମାତ୍ର ସଂସ୍ଥା ଯାହା ଦୁଇଥର ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଛି ବୋଲି ଶ୍ରୀ ଖାନ କହିଥିଲେ। ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ବାରିକ ଶିକ୍ଷାମଣ୍ଡଳରେ ନିୟମିତ ଭାବେ ଶିକ୍ଷା ସହିତ ଅନ୍ୟାନ୍ୟ ଶିକ୍ଷଣୀୟ ଉପାଦେୟ କାର୍ଯ୍ୟକ୍ରମ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି କରାଯାଇ ପାରୁଛି ବୋଲି କହିଥିଲେ। ଡି.ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି ଶିକ୍ଷାନବିଶ ମାନେ ଶିକ୍ଷା ସହିତ ସେବା ବ୍ରତୀ ହେବାକୁ ଆହ୍ୱାନ ଦେବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜୁନିଅର ସ୍ୱେଛାସେବୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ଚିତ୍ରକଳା, ତର୍କ ଆଦି ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ଉଦଘୋଷିକା ସମୟଶ୍ରୀ ଚାଟର୍ଜି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ପରିଡ଼ା, ସଞ୍ଜୁକ୍ତା ନାଥ, ପ୍ରଫୁଲ୍ଲ ଘୋଷ, ପ୍ରଦୀପ ବାରିକ, ତପନ କୁମାର ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories