www.samajalive.in
Sunday, December 14, 2025
14.1 C
Bhubaneswar

ଗୋପାଳପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ ତଦାରଖ କଲେ ଜିଲ୍ଲାପାଳ

ଗୋପାଳପୁର: ଗୋପାଳପୁର ବେଳାଭୂମିକୁ ସୌନ୍ଦର୍ଯ୍ୟ କରଣ କରି ଅଧିକରୁ ଅଧିକ ପର୍ଯ୍ୟଟକ ଆକୃଷ୍ଟ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ତଦାରଖ କରିଥିବା ଦେଖିବାକୁ ମିଳିଛି। ଗୋପାଳପୁର ଭାରତ ମାନଚିତ୍ରରେ ଏକ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ତାହାକୁ ନଜରରେ ରଖି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବେଳାଭୂମି ଶିଶୁ ଉଦ୍ୟାନ ପାର୍କ ବେଳାଭୂମି ଠାରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମିରେ ବହୁ ସୌନ୍ଦର୍ଯ୍ୟମୂଳକ କାର୍ଯ୍ୟ କରାଯିବା ସହ ଏଥିରେ ପର୍ଯ୍ୟଟକଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କରାଯିବ ସହ ଯାତାୟତ ପାଇଁ ରାସ୍ତା, ପାର୍କିଂ ବ୍ୟବସ୍ଥା, ବସିବା, ଖାଇବା, ଜଳବାୟୁକୁ ଖାପ ଖାଇବା ଭଳି ଗଛ ଲଗାଇବା, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଆଲୋକୀ କରଣ ଆଦି ଉପରେ ଉପସ୍ଥିତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ ବେଳେ ଗୋପାଳପୁର ବେଳାଭୂମିକୁ କିପରି ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ ଏବଂ ରାଜସ୍ୱ ମିଳିବ ସେଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି। ତଦାରଖ ବେଳେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଦିନା ଦସ୍ତଗିର, ଡୁଡ଼ା ପିଡି ରବୀନ୍ଦ୍ର କୁମାର ପଟେଲ, ଗୋପାଳପୁର ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ, ଯନ୍ତ୍ରୀ ମନଜିତା ରଥ, ବ୍ରହ୍ମପୁର ବି ଡ଼ି ଏ କର୍ତୃପକ୍ଷ, ଗୋପାଳପୁର ରାଜସ୍ୱ ନିରୀକ୍ଷକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories