www.samajalive.in
Sunday, December 7, 2025
26.1 C
Bhubaneswar

ଯୁରୋପର ଦୃଶ୍ୟ ଫିକା କରେ ଏହି ସ୍ଥାନ

ଉତ୍ତରାଖଣ୍ଡର ମନୋରମ ପ୍ରକୃତିର ରୂପ, ହିମାଳୟ, ଝରଣା, ଅଟ୍ଟାଳିକା ଦେଖିବା ପାଇଁ ସାରା ଦୁନିଆରୁ ପର୍ଯ୍ୟଟକ ଆସିଥାଆନ୍ତି। ନୈନିତାଲ ହେଉ ଅଥବା ମସୁରୀ ଏହି ସହରମାନଙ୍କରେ ବର୍ଷ ତମାମ ପର୍ଯ୍ୟଟକ ମାନେ ଏଠାରେ ରହିଥାଆନ୍ତି। ଉତ୍ତରାଖଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ସମ୍ମୁଖରେ ୟୁରୋପର ସୁନ୍ଦର ଦୃଶ୍ୟ ମଧ୍ୟ ଫିକା ଲାଗିଥାଏ। ଆସନ୍ତୁ ଜାଣିବା ଉତ୍ତରାଖଣ୍ଡର ପାଞ୍ଚଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବିଷୟରେ….
ଔଲୀ – ଔଲୀକୁ ଭାରତର କ୍ଷୁଦ୍ର ସୁଇଜରଲ୍ୟାଣ୍ଡ କୁହାଯାଇଥାଏ। ଏହି ସ୍ଥାନର ସୌନ୍ଦର୍ଯ୍ୟ ଏତେ ଆକର୍ଷଣୀୟ ଯେ, ବିଦେଶୀମାନେ ମଧ୍ୟ ଆସିଥାଆନ୍ତି। ଏହା ଉତ୍ତରାଖଣ୍ଡର ଚମୋଲିରେ ଅବସ୍ଥିତ। ଏଠାରେ ଥିବା ପାହାଡ଼, ସବୁଜ ବନାନୀ ଦେଖି ଆପଣଙ୍କୁ ସୁଇଜରଲ୍ୟାଣ୍ଡରେ ଭ୍ରମଣ କରିବା ପରି ମନେ ହେବ। ଧବଳ ବରଫର ଚଦର ପିନ୍ଧିଥିବା ପାହାଡ଼ରେ ସୂର୍ଯ୍ୟୋଦୟ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଦୃଶ୍ୟ ଏଠାରେ ବାସ୍ତବିକ ଦର୍ଶନ ଯୋଗ୍ୟ ଅଟେ।
ଦେବପ୍ରୟାଗ – ଦେବପ୍ରୟାଗ ସମୁଦ୍ର ପତ୍ତନ ଠାରୁ ୮୩୦ ମିଟର ଉଚ୍ଚରେ ରହିଛି। ଋଷିକେଶ ଠାରୁ ଦେବପ୍ରୟାଗର ଦୂରତା ପ୍ରାୟ ୭୦ କିଲୋମିଟର ଅଟେ। ଏହି ସୁନ୍ଦର ସ୍ଥାନ ଅଲକନନ୍ଦା – ଭାଗିରଥୀ ନଦୀର ସଙ୍ଗମସ୍ଥଳୀରେ ରହିଛି। ଦେବଭୂମି ଉତ୍ତରାଖଣ୍ଡର ପାଞ୍ଚଟି ପ୍ରୟାଗ ମଧ୍ୟରେ ଗୋଟିଏ ଦେବ ପ୍ରୟାଗ ଅଟେ ବୋଲି କୁହାଯାଇଥାଏ। ମାନ୍ୟତା ରହିଛି ଯେ, ଯେଉଁସମୟରେ ଭଗିରଥ ଗଙ୍ଗାଙ୍କୁ ପୃଥିବୀ ଲୋକରେ ଅବତରଣ କରିବା ପାଇଁ ରାଜି କରାଇଥିଲେ ସେହି ସମୟରେ ଗଙ୍ଗାଙ୍କ ସହ ୩୩ କୋଟି ଦେବାଦେବୀ ମଧ୍ୟ ଦେବପ୍ରୟାଗରେ ଅବତରଣ କରିଥିଲେ। ଏହା ସେହି ସ୍ଥାନ ଅଟେ ଯେଉଁଠାରେ ଭଗିରଥ ଓ ଅଲକନନ୍ଦା ନଦୀର ସଙ୍ଗମ ହୋଇଥାଏ। ଏଠାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାଆନ୍ତି। ଏହା ଏକ ମନୋରମ ସ୍ଥାନ ଅଟେ। ଏହି ସ୍ଥାନର ସୁନ୍ଦରତା ଓ ଶାନ୍ତି ବାତାବରଣ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମନରେ ଶାନ୍ତି ସଞ୍ଚାର କରିଥାଏ।
ତପୋବନ – ତପୋବନ ଗଙ୍ଗୋତ୍ରୀ ହିମନଦୀ ଠାରୁ ୬ କିଲୋମିଟର ଦୂରରେ ରହିଛି। ଏଠାକାର ଅଦ୍ଭୁତ ଦୃଶ୍ୟ ପର୍ଯ୍ୟଟକଙ୍କ ମନକୁ କିଣି ନେଇଥାଏ। ତପୋବନ ଠାରୁ ହିମାଳୟର ଶିଖର ମଧ୍ୟ ଦୃଶ୍ୟମାନ ହୋଇଥାଏ। ପର୍ବତ ଆରୋହଣର ଦୃଶ୍ୟ ମଧ୍ୟ ଦେଖିବାକୁ ମିିଳିଥାଏ। ଏହି ସ୍ଥାନରେ ଥିବା ବହୁ ବୃକ୍ଷ ଓ ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କ ମନକୁ ଆକୃଷ୍ଟ କରିଥାଏ।
ଫୁଲୋ କି ଘାଟି
ଉତ୍ତରାଖଣ୍ଡରେ ରହିଥିବା ଫୁଲୋ କି ଘାଟି ବିଷୟରେ ତ ଆପଣ ଶୁଣି ଥିବେ। ଏଠାରେ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଆସିଥାଆନ୍ତି ଓ ଏଠାକାର ବତାବରଣ ବେଶ ମଜା ନେଇଥାଆନ୍ତି। ଏହା ଏକ ରାଷ୍ଟ୍ରୀୟ ଉଦ୍ୟାନ ଅଟେ। ଫୁଲୋ କି ଘାଟି ୮୭.୫୦ କି.ମି ବର୍ଗ କ୍ଷେତ୍ରରେ ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି। ପ୍ରକୃତି ନିଜର ସମସ୍ତ ସୁନ୍ଦରତା ଯେପରି ଏଠାରେ ଅର୍ପଣ କରିଦେବା ଭଳି ମନେ ହୁଏ।
ମୁକ୍ତେଶ୍ୱର – ନୈନିତାଲ ଠାରୁ ପ୍ରାୟ ୪୬ କିଲୋମିଟର ଦୂରରେ ଅବସ୍ଥିତ ମୁକ୍ତେଶ୍ୱର ଧାମରେ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାଆନ୍ତି। ଏହା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇଥାଆନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories