www.samajalive.in
Monday, December 8, 2025
24.1 C
Bhubaneswar

ପେଟ୍ରୋଲ ଢାଳି କରୁଥିଲେ ବିକ୍ଷୋଭ ପ୍ରଦର୍ଶନ: ପଛରୁ କିଏ ଜଣେ ନିଆଁ ଲଗାଇଦେଲା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପିଥମପୁରରେ ଭୋପାଳର ୟୁନିୟନ୍ କାର୍ବାଇଡର ବିଷାକ୍ତ ଆବର୍ଜନା ଜଳାଇବାକୁ ବିରୋଧ ପ୍ରଦର୍ଶନ ସମୟରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ବିକ୍ଷୋଭ ପ୍ରଦର୍ଶନକାରୀ ଏହି ଆବର୍ଜନାରୁ ଉପୁଜୁଥିବା ବିପଦ ସମ୍ପର୍କରେ ସ୍ବର ଉଠାଉଥିଲେ । ଏହି ସମୟରେ ୨ ଯୁବକ ନିଜ ଶରୀରରେ ପେଟ୍ରୋଲ ଢାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହି ସମୟରେ ପଛପଟୁ କେହି ଜଣେ ନିଆଁ ଲଗାଇଦେବାରୁ ଉଭୟଙ୍କ ଦେହରେ ନିଆଁ ଲାଗିଯାଇଥିଲା । ସେଠାରେ ଉପସ୍ଥିତ କର୍ମୀମାନେ ତୁରନ୍ତ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ତେବେ ଏଥିରେ ସମ୍ପୃକ୍ତ ୨ ଜଣ ଗୁରୁତର  ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

- Advertisement -

ତେବେ ଏହି ଘଟଣା ପରେ ପ୍ରଶ୍ନ ଉଠୁଛି କି ଏହା ଦୁର୍ଘଟଣା ନା ଷଡଯନ୍ତ୍ର । ପ୍ରଦର୍ଶନରେ ସାମିଲ ଲୋକମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ଏବଂ ଏହାର ଯାଞ୍ଚ ଦାବି କରିଛନ୍ତି । ଅନ୍ୟପଟେ ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ସାମାଜିକ ଗଣମାଧ୍ୟମରେ ଭାଇରାଲ ପରେ ଲୋକମାନେ ଭିଡିଓରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । କିଛି ଲୋକ ପ୍ରଶାସନର ଅବହେଳା ଦର୍ଶାଉଥିବାବେଳେ ଏହାର ଯାଞ୍ଚ ଦାବି କରୁଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories