www.samajalive.in
Friday, December 12, 2025
27.1 C
Bhubaneswar

ଆଠଗଡ କଲେଜରେ ଫିଟ୍ ଇଣ୍ଡିଆ ସପ୍ତାହ ଉଦଯାପିତ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ କଲେଜରେ ଚାଲିଥିବା ସପ୍ତାହ ବ୍ୟାପୀ ଫିଟ ଇଣ୍ଡିଆ ମିଶନ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଦ୍ବାରା ପ୍ରାୟୋଜିତ ଏହି ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅବସରରେ ସପ୍ତାହ ବ୍ୟାପୀ ବିଭିନ୍ନ କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଡ.ଲୋକନାଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଆ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର ନିର୍ଦ୍ଦେଶକ ଡ.ବିକ୍ରମ କେଶରୀ ଜେନା, ସମ୍ମାନିତ ଅତିଥିଭାବେ ଶିକ୍ଷାବିତ ଇଂ. ପ୍ରଦୀପ କୁମାର ସାହୁ, କ୍ରୀଡା ସଂଗଠକ ପ୍ରଦ୍ୟୁମ୍ନ କୁମାର ରାୟସାମନ୍ତ, ଶିକ୍ଷାବିତ ପର୍ଶୁରାମ ବେହେରା ପ୍ରମୁଖ ଯୋଗଦେଇ ଏକ ସୁସ୍ଥ ଓ ନିରୋଗ ଜୀବନ ପାଇଁ ନିୟମିତ କ୍ରୀଡା, ଯୋଗ ଏବଂ ବ୍ୟାୟାମ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। କଲେଜର ଫିଟ୍ ଇଣ୍ଡିଆ ନୋଡାଲ ଅଧିକାରୀ ସଚ୍ଚିଦାନନ୍ଦ ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀ, ଶ୍ରେଷ୍ଠ ଏନସିସି କ୍ୟାଡେଟ, ସ୍କାଉଟ୍ସ ଓ ଯୁବ ରେଡକ୍ରସର ଶ୍ରେଷ୍ଠ ସ୍ୱେଚ୍ଛାସେବୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ସାମାଜିକ କର୍ମୀ ଜ୍ୟୋତିପ୍ରକାଶ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ଦେବାଶିଷ ପଟ୍ଟନାୟକ, ଡ.ଚିତ୍ରସେନ ରାଉତ, ସୌମ୍ୟକାନ୍ତ ସେନାପତି, ଡ.ଦିବ୍ୟଶକ୍ତି ସାମନ୍ତରାୟ, ଅମିତ ଘୋଷ, ଅଧ୍ୟାପିକା ଡଃ ଗାୟତ୍ରୀ ତ୍ରିପାଠୀ, ନଳିନୀ ରାଉଳ, ଶ୍ରୀମନ୍ତିନୀ ଦାସ, ଲିପସା ଆଚାର‌୍ୟ୍ୟ, ଦେବସ୍ମିତା ବାରିକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଡଃ ଗୌତମବୁଦ୍ଧ ସୀତାରାମ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories