www.samajalive.in
Thursday, December 11, 2025
16.1 C
Bhubaneswar

ଓଡ଼ିଶାରେ ଡବଲ ଡେକର ବସ୍, ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁରକୁ ଆସିଲା ୨ଟି ବସ୍

ଭୁବନେଶ୍ବର : ଓଡ଼ିଶାରେ ଡବଲ ଡେକର ବସ୍ ପହଞ୍ଚିଛି । ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ଥିବା ହଳଦିଆ ପଦର ବସଷ୍ଟାଣ୍ଡରେ ୨ଟି ବସ୍ ମହାରାଷ୍ଟ୍ରରୁ ଆସି ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨ଟି ବସ୍ ଆସିଛି । ପରେ ଆଉ ୩ଟି ବସ୍ ଆସିବା ଯୋଜନା ରହିଛି । ଏହି ବସକୁ ଥରେ ଚାର୍ଜ କଲେ ଏସିରେ ୨୫୦ କିଲୋମିଟର ଏବଂ ବିନା ଏସିରେ ପ୍ରାୟ ୩୦୦କିଲୋମିଟର ଯାତ୍ରା କରିପାରିବ । ବସରେ ଓଡ଼ିଶା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ବସ୍ ଆଗରେ କୋଣାର୍କ ଚକ୍ର ରହିଥିବାବେଳେ ଚାରିପଟେ ପୁରୀ ଶ୍ରୀମନ୍ଦିର, ଧଉଳି ଶାନ୍ତି ସ୍ତୁପର ଚିତ୍ର ରହିଛି । ଏହି ବସରେ ପ୍ରାୟ ୬୪ ଯାତ୍ରୀ ଯାତ୍ରା କରିପାରିବେ ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories