www.samajalive.in
Friday, December 12, 2025
27.1 C
Bhubaneswar

କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ଜବାବ ରଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅର୍ଥ ଓଡିଶାକୁ ଠିକଣା ଭାବେ ମିଳୁ ନଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ସରକାର ନିଜର ସ୍ଥାଣୁତା ଓ ଅପାରଗତା ଲୁଚାଇବା ପାଇଁ ଏକ ବାହାନା ଖୋଜୁଛନ୍ତି। କଳାପାହଡଙ୍କ କଥାରେ ରାଜ୍ୟର ଋଣ ଭାର ବଢି ଚାଲିଛି। ବିନା ବଜେଟ୍ ଓ ବିନା ବ୍ୟୟ ପ୍ରବନ୍ଧନରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏହା ଅପାରଗତାର ଚରମ ନିଦର୍ଶନ ବୋଲି ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଏବେ ତିନିଦିନ ରହିବି, ଯଦି କୌଣସି ବିଭାଗର ଅର୍ଥ ବକେୟା ଅଛି ତାହାହେଲେ ମୁଖ୍ୟଶାସନ ସଚିବ କିମ୍ବା ଅନ୍ୟବିଭାଗର ସଚିବ ତାଙ୍କ ସହ କଥାହେଲେ ସେ ସମସ୍ୟାର ସମାଧାନ କରିହେବ। ଯଦି ଓଡିଶାର ଦାବି ଯୁକ୍ତିଯୁକ୍ତ ଏହି ଅର୍ଥକୁ ଓଡିଶାକୁ ମିଳିବାପାଇଁ ସବୁ ଉଦ୍ୟମ କରିବାର ପ୍ରତିଶ୍ରୁତି ଦେଉଛନ୍ତି ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଅଦୂରଦର୍ଶିତା କାରଣରୁ ଇଣ୍ଡିଆନ୍ ଅଏଲ ରିଫାଇନାରୀରୁ ରାଜ୍ୟ ସରକାରଙ୍କୁ କ୍ଷତି ସହିବାକୁ ପଡୁଥିଲା। ବ୍ୟକ୍ତିଗତ ଭାବରେ ଉଦ୍ୟମ କରିବା ପରେ ଏବେ ଲାଭ ଦାୟକ ହୋଇପାରୁଛି। ଓଡିଶାର ହକ୍ ଓ ସ୍ୱାର୍ଥ ସୁରକ୍ଷିତ ରଖିବା ପାଇଁ ମୋଦୀ ସରକାର ତିଳେମାତ୍ର ଅବହେଳା କରିନାହାନ୍ତି । ପୂର୍ବ ଭାରତ ଯେଉଁଥିରେ ଓଡିଶା ପ୍ରମୁଖ ଅଙ୍ଗ ଭାରତର ଏହି ପଛୁଆ ଭୂଭାଗର ଦ୍ରୁତ ବିକାଶ ମୋଦୀ ସରକାରଙ୍କ ପ୍ରାଥମିକତା । ପୂର୍ବୋଦୟରୁ ହିଁ ଭାରତ ଉଦୟ ହେବ ମୋଦୀ ସରକାରଙ୍କର ସ୍ଲୋଗାନ୍ ନୁହେଁ ବରଂ ପ୍ରତିବଦ୍ଧତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
କେନ୍ଦ୍ରରେ ସରକାର ପ୍ରଚଳିତ ବିଧି ବ୍ୟବସ୍ଥା ଅନୁସାରେ ରାଜ୍ୟ ସରକାରଗୁଡିକୁ୍ ଅର୍ଥ ହସ୍ତାନ୍ତରଣ କରିଥାନ୍ତି। ମାତ୍ର ଓଡ଼ିଶାରେ ସରକାର ଓ ପ୍ରଶାସନ ଏକ ତୋଗଲକୀ ଢ଼ାଞ୍ଚାରେ ଚାଲିଛି। ଯୋଜନାର ଘୋଷଣା ବିନା ବଜେଟ୍ ରେ ଓ କ୍ରିୟାନ୍ୱୟନ କାଗଜପତ୍ରରେ କରିବାରେ ଓଡିଶା ସରକାର ସିଦ୍ଧହସ୍ତ। ୨୦୧୪ ମସିହାରେ ମୋଦି ସରକାର ଆସିବା ପରେ ଚତୁର୍ଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁସାରେ କେନ୍ଦ୍ରୀୟଟିକସରେ ରାଜ୍ୟର ଅଂଶକୁ ୩୨ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଗଲା। ଏହାଦ୍ୱାରା ରାଜ୍ୟ ସରକାରଙ୍କ ହାତକୁତ୍ରୟୋଦ୍ଦଶ ଅର୍ଥ କମିଶନ ତୁଳନାରେ ଚତୁର୍ଦ୍ଦଶ ଅର୍ଥ କମିଶନରେ ୧୬୫ ପ୍ରତିଶତ ଅର୍ଥ ବୃଦ୍ଧି ଘଟିଛି। ରାଜ୍ୟ ସରକାରଙ୍କୁ ଜଣା ଯେ ୟୁସି ନଦେଲେ ଟଙ୍କା ମିଳିବନାହିଁ । ମାତ୍ର ଜିଲା ଖଣିଜ ପାଣ୍ଠି (ଡିଏମଏଫ୍)ରେ କାହିଁକି ଟଙ୍କା ଖର୍ଚ୍ଚ ନହୋଇ ପଡି ରହିଛି , ଏହି ତଥ୍ୟକୁ ମୁଖ୍ୟମନ୍ତ୍ରୀ କାହିଁକି ଲୁଚାଇ ରଖିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ସବୁ ଗରିବ ଘରେ ପାଇଖାନା ଲଗାଇବା ପାଇଁ କେନ୍ଦ୍ରୀୟ ଅର୍ଥ ଉପଲବ୍ଧ ଥିବା ସତ୍ତ୍ବେ ରାଜ୍ୟର ୨୫ ପ୍ରତିଶତ ଗରିବ ପରିବାରକୁ ପାଇଖାନା ପରିବର୍ତ୍ତେ ଖୋଲା ଆକାଶ ତଳେ ଶୌଚ ହେବାକୁ ଯିବାକୁ ପଡୁଛି କାହିଁକି ? ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲା ଗଞ୍ଜାମରେ ତ୍ରୟୋଦଶ ଅର୍ଥ କମିଶନ ଅନୁଦାନରେ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ କାମ ଅଗ୍ରଗତି ନହେବା ପଛରେ କାରଣ କ’ଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ବିନିଯୋଗ ପ୍ରମାଣପତ୍ର ନଦେବା କାରଣରୁ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିବା୯୩.୭୬ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ୨୦୧୪ ମସିହା ଶେଷ ସୁଦ୍ଧା ହାତଛଡା କରିବାକୁ ପଡିଲା। ଆଇସିଡିଏସ କାର୍ଯ୍ୟକ୍ରମରେ ୨୦୧୧-୧୬ ମଧ୍ୟରେ ବ୍ୟୟ ବରାଦ୍ ଅନୁସାରେ ୧,୨୩୯.୨୩ କୋଟି ଟଙ୍କା ଖର୍ଚ୍ଚ କମ୍ ହେଲା। ରାଜ୍ୟରେ ଯୋଗ୍ୟ ବିବେଚିତ ୩୮.୩୯ ଲକ୍ଷ ଶିଶୁଙ୍କୁ ପୁଷ୍ଟିକର ଆହାର ଯୋଗାଇ ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୩.୫୮ ଲକ୍ଷ ପିଲାଙ୍କୁ ଯୋଗାଇ ଦିଆଗଲାନାହିଁ କାହିଁକି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories