www.samajalive.in
Monday, December 8, 2025
24.1 C
Bhubaneswar

ମୁକ୍ତିଲାଭ କଲା ‘ଏକ ଲଡ଼କି କୋ ଦେଖା ତୋ ଏସା ଲଗା’ର ଟ୍ରେଲର

ମୁମ୍ବଇ : ଅନୀଲ କପୁର, ସୋନମ କପୁର ଓ ରାଜକୁମାର ରାଓ ଅଭିନୀତ ଚଳଚ୍ଚିତ୍ର ‘ଏକ ଲଡ଼କି କୋ ଦେଖା ତୋ ଏସା ଲଗା’ର ଟ୍ରେଲର ମୁକ୍ତିଲାଭ କରିଛି। ‘ଏକ୍‌ ଲଡ଼କି କୋ ଦେଖା ତୋ ଏସା ଲଗା’ କାହାଣୀ ଲଭ୍‌ଷ୍ଟୋରୀ ଉପରେ ଆଧାରିତ। ଅଭିନେତ୍ରୀ ସୋନମ କପୁର ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସୋନମଙ୍କ ବିପକ୍ଷରେ ରାଜକୁମାର ରାଓଙ୍କୁ ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ଅଭିନେତା ଅନିଲ କପୁର ଏହି ଚଳଚ୍ଚିତ୍ରରେ ନିଜ ଝିଅ ସୋନମ କପୁରଙ୍କ ସହ ଅଭିନୟ କରିଛନ୍ତି। ଏମାନଙ୍କୁ ଛାଡିଲେ ସିନେମାରେ ଜୁହି ଜାୱଲା ବିଶେଷ ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକ ଜୁହି ଜାୱଲା ଓ ଅନିଲ କପୁରଙ୍କ ଜୋଡ଼ିକୁ ପରଦା ଉପରେ ଦେଖିବାକୁ ପାଇବେ। ଶୈଳୀ ଚୋପ୍ରା ଏହି ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ବିଧୁ ବିନୋଦ ଚୋପ୍ରା ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଫେବୃଆରୀ ୧ରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories