www.samajalive.in
Sunday, December 7, 2025
26.1 C
Bhubaneswar

‘ଚୀନ୍‌ ସହ ତାଇୱାନର ମିଶ୍ରଣକୁ କେହି ଅଟକାଇ ପାରିବେ ନାହିଁ ’

ବେଜିଂ: ଚୀନ୍ ସହ ତାଇୱାନର ମିଶ୍ରଣକୁ ବିଶ୍ବର କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ନବବର୍ଷ ଉପଲକ୍ଷେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇ ଜିନ୍‌ପିଙ୍ଗ କହିଥିଲେ ଚୀନ୍‌ ଓ ତାଇୱାନବାସୀ ଗୋଟିଏ ପରିବାରର ସଦସ୍ୟ। ଖୁବ୍‌ଶୀଘ୍ର ଚୀନ୍‌ରେ ତାଇୱାନର ମିଶ୍ରଣ ହେବ। ଏହାକୁ କେହି ରୋକି ପାରିବେ ନାହିଁ। ସୂଚନାଥାଉ କି ତାଇୱାନକୁ ଚୀନ୍‌ ନିଜର ଏକ ଅଂଶ ବୋଲି ଦାବି କରି ଆସୁଛି। ତାଇୱାନକୁ ନିଜ ସହ ମିଶାଇବାକୁ ଚୀନ୍‌ ତରଫରୁ ସାମରିକ ଓ କୂଟନୈତିକ ପଦକ୍ଷେପମାନ ଗ୍ରହଣ କରାଯାଇ ଆସୁଛି। ନିଜ ଉଦ୍‌ବୋଧନରେ ଜିନ୍‌ପିଙ୍ଗ ଆହୁରି କହିଥିଲେ ଯେ ବିଶ୍ବର ପରିସ୍ଥିତିରେ ବହୁ ପରିବର୍ତ୍ତନ ଘଟିଛି। ବିଶ୍ବ ରାଜନୀତିରେ ଚୀନ୍‌ର ବହୁତ ଗୁରୁତ୍ବ ରହିଛି। ପରସ୍ପର ମଧ୍ୟରେ ସହଯୋଗ ଦ୍ବାରା ବିଶ୍ବଶାନ୍ତି ସ୍ଥାପନ ହୋଇପାରିବ ବୋଲି ଚୀନ୍‌ ବିଶ୍ବାସ କରେ। ଏଥିସହ ବିଶ୍ବରେ ସ୍ଥିରତା ଆଣିବା ପାଇଁ ସୁଧାରଧର୍ମୀ ପଦକ୍ଷେପକୁ ଚୀନ ତରଫରୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।
ଚୀନ୍‌ର ଅର୍ଥନୀତିକୁ ନେଇ କେତେକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଗାମୀଦିନରେ ଏଥିରେ ସୁଧାର ଆସିବ ବୋଲି ଜିନ୍‌ପିଙ୍ଗ ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କୋଭିଡ୍‌ ସ୍ଥିତି ଯୋଗୁଁ ଚୀନ୍‌ର ଅର୍ଥନୀତି ଧିମେଇ ଯାଇଥିବା ବେଳେ ଏକାଧିକ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହୋଇଯିବାରୁ ବହୁ ବ୍ୟକ୍ତି ବେରୋଜଗାର ହୋଇପଡ଼ିଥିଲେ। ତେବେ ଚୀନ୍‌ର ଅର୍ଥନୀତିରେ ଧୀରେଧୀରେ ଉନ୍ନତି ଘଟୁଛି ଏବଂ ଏହାର ସୁଫଳ ମିଳିବାରେ ଲାଗିଥିବା ଜିନ୍‌ପିଙ୍ଗ କହିଛନ୍ତି। ବ୍ୟାଟେରିଚାଳିତ ଯାନ ନିର୍ମାଣରେ ଚୀନ୍‌ର ଅଗ୍ରଗତି ଉଲ୍ଲେଖନୀୟ ବୋଲି ସେ ସୂଚନା ଦେବା ସହ ୨୦୨୪ରେ ଚୀନ୍‌ରେ ୧ କୋଟିରୁ ଅଧିକ ବ୍ୟାଟେରିଚାଳିତ ଯାନ ନିର୍ମାଣ କରାଯାଇଥିବା କହିଛନ୍ତି। ସେହିପରି କୃତ୍ରିମ ବୁଦ୍ଧିମତ୍ତା, କ୍ବାଣ୍ଟନ କମ୍ୟୁନିକେସନ ସହ ଅନ୍ୟ କ୍ଷେତ୍ରରେ ଚୀନ୍‌ ବେଶ୍‌ ଉନ୍ନତି କରିଥିବା ସେ ଦର୍ଶାଇଛନ୍ତି।
ଅନ୍ୟପକ୍ଷରେ ଆମେରିକା ଓ ୟୁରୋପର ବହୁ ଦେଶ ବ୍ୟାଟେରିଚାଳିତ ଯାନ ଆମଦାନୀ ଉପରେ ଅଧିକ ଟିକସ ଲାଗୁ କରିଥିବାରୁ ଚୀନ୍‌ର ଚିନ୍ତା ବଢ଼ିଯାଇଛି। ବିଶେଷ କରି ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ପୁନର୍ବାର ପଦଭାର ଗ୍ରହଣ କରିବାକୁ ଥିବାରୁ ସେଠାକୁ ନିଜ ଉତ୍ପାଦ ରପ୍ତାନି କରିବା ଚୀନ୍‌ ପାଇଁ କାଠିକର ପାଠ ହେବ। ସେହିପରି ଟ୍ରମ୍ପଙ୍କ ଶାସନକାଳରେ ସାମରିକ କାର୍ଯ୍ୟକଳାପକୁ ନେଇ ଆମେରିକା ଓ ଚୀନ୍‌ ମଧ୍ୟରେ ସମ୍ପର୍କ ଖରାପ ହେବା ଆଶଙ୍କା ଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories