www.samajalive.in
Friday, December 12, 2025
23.1 C
Bhubaneswar

ଡାହାଣୀ ସନ୍ଦେହରେ ମା ସହ ୪ ଛୁଆକୁ ହତ୍ୟା ଘଟଣା ; ୬ ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼ : ବଣେଇ ଉପଖଣ୍ଡର କୋଇଡ଼ାରେ ଡାହାଣୀ ସନ୍ଦେହରେ ମା ସହ ୪ଛୁଆଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ମୁଖ୍ୟ ଅଭିଯୁକ୍ତ ଡାବେଲ ମୁଣ୍ଡା ସମେତ ୬ଜଣଙ୍କୁ କୋଇଡା ପୋଲିସ ଗିରଫ କରିଛି । ଗୁଣିଗାରେଡି ସନ୍ଦେହରେ ସମସ୍ତଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ବୀକାର କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ସଂପୃକ୍ତ ଥିବା ୩ଜଣ ମହିଳା ଫେରାର ଅଛନ୍ତି ।
ଡାହାଣୀ ସନ୍ଦେହରେ ସୁନ୍ଦରଗଡ଼ କୋଇଡ଼ାରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ବଡଇନ୍ଦୁପୁର ଗାଁ କନ୍ଦାସାହିରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ସୁଦାମ ମୁଣ୍ଡାଙ୍କ ପତ୍ନୀ କୁନି ମୁଣ୍ଡା ଏବଂ ତାଙ୍କର ଦୁଇପୁତ୍ର ଓ ଦୁଇ କନ୍ୟାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା କରିବା ପରେ ହତ୍ୟାକାରୀ ମୃତଦେହକୁ ନେଇ ଘର ପାଖରେ ଥିବା ଏକ କୁଅ ଭିତରେ ପକାଇ ଦେଇଥିଲେ । ଗତ ୨୬ତାରିଖରରେ କୂଅ ଭିତରୁ ମୃତଦେହ ଉଦ୍ଧାର କରାଯାଇଥିଲା ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories